ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଦାନଙ୍କୁ ଗିରଫ କରିଛି ପୋଲିସ ।
ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କାର୍ଯ୍ୟାଳୟରୁ ଘୋଷାଡି ନେବା ସହ ବିଧା, ଗୋଇଠା ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।
ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିବା କହିଛି କମିାନରେଟ୍ ପୋଲିସ ।
କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିବେଳେ ଏ ଅଘଟଣ ଘଟିଥିବା ସୂଚନା । ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି ।