ପ୍ରକାଶ ପାଇଲା +3 ତୃତୀୟ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ସବୁଥିରେ ଆଗରେ ରେଭେନ୍ସା

ପ୍ରକାଶ ପାଇଲା ଯୁକ୍ତ ତିନି(+3) ତୃତୀୟ ପର୍ଯ୍ଯାୟ କଟ୍ ଅଫ୍ ଲିଷ୍ଟ। ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସା ଆଗରେ ।

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ତିନି(+3) ତୃତୀୟ ପର୍ଯ୍ଯାୟ କଟ୍ ଅଫ୍ ଲିଷ୍ଟ। ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସା ଆଗରେ । 1 ଲକ୍ଷ 9 ହଜାର ଛାତ୍ରଛାତ୍ରୀ ଆଡମିଶନ କରିସାରିଛନ୍ତି । ତେବେ 2 ରୁ 4 ତାରିଖ ଯାଏଁ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ ।

ଆଜି ଯୁକ୍ତ ୩ ନାମ ଲେଖା ପାଇଁ ତୃତୀୟ ପର୍ଯ୍ୟାୟ କଟ ଅଫ ଲିଷ୍ଟ ପ୍ରକାଶ ପାଇଛି । ସବୁଠୁ ଅଧିକ କଟ ଅଫ ମାର୍କ ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ମୋଟ 1 ଲକ୍ଷ 75 ହଜାର 722 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ଏହି ତାଲିକାରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ସମସ୍ତ 3ଟି ବର୍ଗରେ ରେଭେନ୍ସା ବିଶ୍ବବଦ୍ୟାଳୟ ଆଗରେ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧିକ କଟ୍ ଅଫ୍ ମାର୍କ ରହିଛି। କଳା ବିଭାଗରେ ରାଜନୀତି ବିଜ୍ଞାନରେ ସର୍ବାଧିକ 92.80 ପ୍ରତିଶତ କଟ ଅଫ ରହିଛି। ବିଜ୍ଞାନ ବିଭାଗର ଜୁଲୋଜି ଅନର୍ସରେ 94 ପ୍ରତିଶତ, ଫିଜିକ୍ସରେ 93.67 ପ୍ରତିଶତ ଏବଂ ବାଣିଜ୍ୟରେ 90.50 ପ୍ରତିଶତ କଟ ଅଫ୍ ରହିଛି।

ରାଜଗାଙ୍ଗପୁରର ମା ସରସ୍ୱତୀ ସଂସ୍କୃତ କଲେଜର ସଂସ୍କୃତ ବିଷୟରେ ସର୍ବାଧିକ 68.67 ପ୍ରତିଶତ କଟ ଅଫ ଯାଇଛି । ବକ୍ସି ଜଗବନ୍ଧୁ କଲେଜ କମ୍ପ୍ୟୁଟର ସାଇନ୍ସରେ 88.83 ପ୍ରତିଶତ କଟ ଅଫ ମାର୍କ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭର୍ସିଟି ଅଫ ଲ କଲେଜ ଲ’ରେ 87.80 ପ୍ରତିଶତ କଟ ଅଫ ମାର୍କ ରହିଛି ।

ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ 2 ଲକ୍ଷ 74 ହଜାର 509 ସିଟ୍ ଥିବା ବେଳେ ମୋଟ 2 ଲକ୍ଷ 65 ହଜାର 590 ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ 75 ହଜାର 722 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଥମଧ୍ୟରୁ 70 ହଜାର 745 ଜଣ ପୁଅ ଓ 1 ଲକ୍ଷ 4 ହଜାର 967 ଝିଅ ମନୋନୀତ ହୋଇଛନ୍ତି । ସେହିଭଳି 10 ଜଣ ତୃତୀୟଲିଙ୍ଗୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବିଜ୍ଞାନରେ ମୋଟ 45 ହଜାର 855 ଜଣ, କଳାରେ 1 ଲକ୍ଷ 7 ହଜାର 69 ଜଣ ଓ ବାଣିଜ୍ୟରେ 16 ହଜାର 205 ଜଣ, ସଂସ୍କୃତରେ 3 ହଜାର 371 ଜଣ, ସେଲ୍ଫ ଫାଇନାନ୍ସିଂରେ 3 ହଜାର 51 ଜଣ ଏବଂ ଲ’ରେ 171 ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି । ମନୋନୀତ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ ।