କ୍ଷୀର, ଦହି, ପନୀରଠାରୁ ଏହି ସବୁ ଜିନିଷ ହୋଇଯିବ ଶସ୍ତା, ସରକାରଙ୍କ ବଡ଼ ଯୋଜନା

ଏହି ସବୁ ଜିନିଷ ହୋଇଯିବ ଶସ୍ତା, ସରକାର ନେଉଛନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଜିଏସଟି କାଉଁସିଲ ଆଗକୁ ବଡ଼ ଘୋଷଣା କରିପାରେ। ଜିଏସଟି କାଉସିଲର ମିଟିଂରେ ଜିଏସଟିର ୧୨ ପ୍ରତିଶତ ଟ୍ୟାକ୍ସ ସ୍ଲାବ ଶେଷ ହେବାକୁ ଯାଉଛି। ଯଦି ଏପରି ହୁଏ ତେବେ କ୍ଷୀର, ଦହି, ପନୀରଠାରୁ ନେଇ ୧୦୦୦ ଟଙ୍କାରୁ ଉପରେ ବସ୍ତ୍ର, ୧୦୦୦ଟଙ୍କାର ଜୋତା, ପ୍ରିଜର୍ଭ ଫିଶ, ଇଟା, କ୍ଲିନ ଏନର୍ଜୀ ଡିଭାଇସେଜ, Condensed Milk ଆଦି ଅନେକ ଜିନିଷ ଶସ୍ତା ହୋଇପାରେ।

୧୨ ପ୍ରତିଶତର ଟ୍ୟାକ୍ସ ସ୍ଲାବରେ ଆସୁଥିବା କିଛି ଜିନିଷକୁ ୧୮ ପ୍ରତିଶତ ସ୍ଲାବରେ ମଧ୍ୟ ଭର୍ତ୍ତି କରାଯାଇପାରେ। ସରକାର ଦୈନନ୍ଦିନ ଜିନିଷକୁ ୫ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ମଧ୍ୟ ପକାଇ ପାରନ୍ତି। ଆସନ୍ତୁ ଜାଣିବା ୧୨ ପ୍ରତିଶତ ଟ୍ୟାକ୍ସ ସ୍ଲାବ ଶେଷ ହେବା ପରେ କେଉଁ କେଉଁ ଜିନିଷ ଶସ୍ତା ହେବ।

୧୨ ପ୍ରତିଶତର ଟ୍ୟାକ୍ସ ସ୍ଲାବ ଶେଷ କରି ସେଥିରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ୫ ପ୍ରତିଶତର ଟ୍ୟାକ୍ସ ସ୍ଲାବରେ ଭର୍ତ୍ତି କରାଯାଇପାରେ। ଅନ୍ୟ ପ୍ରଡକ୍ଟସକୁ ୧୮ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ପକାଯିବାର ନିଷ୍ପତ୍ତି ନିଆଯାଉଛି।

ବର୍ତ୍ତମାନ ଏହା ଜଣାପଡ଼ିନାହିଁ ଯେ, କେଉଁ ଜିନିଷ ବା ସେବା କେଉଁ ସ୍ଲାବରେ ରଖାଯିବ। ଏହା ସେବେ ଜଣାପଡ଼ିବ ଯେବେ ଜିଏସଟି ପରିଷଦ ଏହି ମାମଲାରେ ଶେଷ ନିଷ୍ପତ୍ତି ନେବ।