ରଥ ତଳେ ନମାଜ ପଢୁଛନ୍ତି ମୁସଲମାନ ମହିଳା, ଭିଡ଼ିଓ ଭାଇରାଲ

ପୁରୀ: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜୋରଦାର ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ଦେଖିଲେ ଆପଣଙ୍କ ମନବି ଆନ୍ଦୋଳିତ ହେବ। ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କିମାରିବ। କାରଣ ଭିଡ଼ିଓଟି କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ।

ଜୁନ ୨୭ ତାରିଖରେ ଥିଲା ମହାପ୍ରଭୁଙ୍କ ରଥଯାତ୍ରା ପର୍ବ। ଏହି ମହାନ ପର୍ବର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଛାଉଣୀ ହୋଇଛି। ଏହାରି ମଧ୍ୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ। କାହିଁକି ନା ଭିଡ଼ିଓଟି ରଥଯାତ୍ରା ସହ ଜଡ଼ିତ।

ଚଳିତବର୍ଷର ରଥଯାତ୍ରାରେ କିଛି ଅନିୟମିତତା ଦୃଶ୍ୟମାନ ହୋଇଥିଲା। ରଥଯାତ୍ରା ଦିନ କାଳିଆର ନନ୍ଦିଘୋଷ ଆଗକୁ ଗଡ଼ି ନଥିଲା। ସିଂହଦ୍ୱାର ସମ୍ମୁଖରେ ସେମିତି ଠିଆ ହୋଇଥିଲା ନନ୍ଦିଘୋଷ।

ରଥଯାତ୍ରାର ପର ଦିନ ଶରଧାବାଲିରେ ଏକ ବଡ଼ ଅଘଟଣ ମଧ୍ୟ ଦେଖିବାକୁ ମିଳିଛି। 3 ଜଣ ଦଳାଚକଟାରେ ପ୍ରାଣ ହରାଇଛନ୍ତି। ଏ ନେଇ ଅନେକ ପ୍ରକାର ରାଜନୈତିକ ଚର୍ଚ୍ଚା ଆଲୋଚନା ହୋଇଛି। ଏବେବି ଏହି ପ୍ରସଙ୍ଗ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଆଉ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁରୀରେ ରଥଯାତ୍ରା ଚାଲିଥିବା ସମୟରେ, ରଥ ତଳେ ଦୁଇ ଜଣ ଯୁବତୀ ନମାଜ ପାଠ କରୁଛନ୍ତି। ଏହାକୁ ଦେଖି ପୋଲିସ ତାଙ୍କୁ ଟାଣି ଟାଣି ରଥ ତଳୁ ବାହାର କରୁଛି। ତେବେ ଏହି ଭିଡିଓ ଭାଇରାଲ ପରେ, ଏଥିରେ ଅନେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

କିଏ କହୁଛି ପ୍ରଶାସନ କରୁଛି କ’ଣ? ଅନ୍ୟ କିଏ କହୁଛି ଜଣେ ସାଧାରଣ ଭକ୍ତକୁ ରଥର ଦଉଡ଼ି ଛୁଇଁବାକୁ ଅନୁମତି ମିଳୁନି, ସେଠି ମୁସଲମାନ ବ୍ୟକ୍ତି ରଥ ପାଖକୁ ଯାଇ ରଥ ତଳେ ନମାଜ ପାଠ କରୁଛି।

ଆଉ କିଛି ଜଣ କମେଣ୍ଟ କରିଛନ୍ତି, ପୋଲିସ କିପରି ଜାଣି ପାରିଲା ନାହିଁ। ଏମାନେ କିପରି ରଥ ତଳକୁ ଗଲେ। ତ ଆଉ କିଏ ଲେଖିଛି କେହି ଜାଣି ଶୁଣି ରାଜନୈତିକ ଚର୍ଚ୍ଚାକୁ ଆହୁରି ଜୋର କରିବା ପାଇଁ ଏପରି କରିଛି।