ରଥଯାତ୍ରା ଅବସରରେ ହୋଟେଲ ବୁକିଂ ନାଁରେ ଠକେଇ, ବ୍ଲକ୍ ହେଲା ୨୪ଟି ଫେକ୍ ୱେବସାଇଟ୍
ହୋଟେଲ ବୁକିଂ ନାଁରେ ଠକେଇ, ଅନଲାଇନରେ ବୁକ୍ କରୁଥିଲେ ସାବଧାନ
ଭୁବନେଶ୍ୱର: ଅନଲାଇନରେ ହୋଟେଲ ବୁକିଂ କରୁଥିଲେ ସାବଧାନ। ଫେକ୍ ୱେବସାଇଟ କରି ଠକେଇର ମାୟାଜାଲ ବିଛାଇଛନ୍ତି ଠକ। ରଥଯାତ୍ରା ଅବସରରେ ସକ୍ରିୟ ରହିଛି ସାଇବର ଠକେଇ।
ସୂଚନାନୁଯାୟୀ, ହୋଟେଲ ବୁକିଂ ନାଁରେ ଠକେଇ ପାଇଁ କରାଯାଉଥିଲା ଉଦ୍ୟମ। ଖୋଲାଯାଇଥିବା ୩୪ଟି ଫେକ୍ ୱେବସାଇଟକୁ ଠାବ କରାଯାଇଛି। ଏଥିମଧ୍ୟରୁ ୨୪ଟିକୁ ବ୍ଲକ କରାଯାଇଛି।
କିଛିଦିନ ତଳେ ଡିଓଟି ଦେଶର କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କୁ ସିମ୍ କାର୍ଡ ବନ୍ଦ କରିବା ନାଁରେ ଠକେଇରୁ ଦୁରେଇ ରହିବାକୁ କହିଥିଲା। ଦୂରସଂଚାର ବିଭାଗ ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା ପ୍ରଦାନ କରିଥିଲା।
ଏହା ବ୍ୟତୀତ, ଦୂରସଂଚାର ବିଭାଗ ନକଲି କଲ୍, ମେସେଜ୍ ଇତ୍ୟାଦି ରିପୋର୍ଟ କରିବାକୁ କହିଛି। ଏହା ସହିତ, ସିମ୍ ସ୍ୱାପ୍ ଠକେଇରୁ ଦୂରେଇ ରହିବାକୁ କହିଛି।
ଆଜିକାଲି ଅନେକ ବ୍ୟବହାରକାରୀ ରିପୋର୍ଟ କରିଛନ୍ତି ଯେ, ସେମାନଙ୍କୁ ଟେଲିକମ୍ ବିଭାଗର ନାଁରେ କଲ୍ ଆସୁଛି ଏବଂ ସେମାନଙ୍କୁ ସେମାନଙ୍କର ସିମ୍ ବନ୍ଦ କରିବାକୁ କୁହାଯାଉଛି।