ବଳଦ ସାଜିଲେ ବୃଦ୍ଧ ସ୍ୱାମୀ, ହଳ କଲେ ବୃଦ୍ଧା ସ୍ତ୍ରୀ

ମହାରାଷ୍ଟ୍ର: ଜଣେ ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ଘରେ ବିଶ୍ରାମ କରିବା କଥା, ସେହି ବୟସରେ ସେମାନେ ବିଲରେ ହଳ କରୁଛନ୍ତି। ଆଉ ଏହି ଫଟୋ ଯିଏ ଦେଖୁଛି ତା ପାଟିରୁ ଆହା ପଦେ ବାହାରୁଛି।

କାରଣ ଘଟଣାଟି ହିଁ ସେମିତି। ବିଲରେ ଚାଷ ହେଲେ ସେମାନେ ଚଳିବେ। ହେଲେ ସେମାନଙ୍କର ଆର୍ଥିକ ଅବସ୍ଥା ଏତେ ସୋଚନୀୟ ଯେ, ବିଲରେ ହଳ କରିବା ପାଇଁ ପାଖରେ ଟଙ୍କା ଟିଏ ବି ନାହିଁ। ତେଣୁ ବୃଦ୍ଧା ସ୍ୱାମୀ ଜଣକ ବଳଦ ସାଜିଛନ୍ତି।

ଆଉ ଏହି ଘଟଣା ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହି ଘଟଣାକୁ ଯିଏ ଦେଖୁଛି ତାର ମନରେ ଏହି ଦମ୍ପତ୍ତିଙ୍କ ପାଇଁ ସମବେଦନା ଆସୁଛି।

ବିଲରେ ହଳ କରୁଛନ୍ତି ଦମ୍ପତ୍ତି: ତେବେ ଏହି ଘଟଣାଟି ମହାରାଷ୍ଟ୍ରର ଅହମଦପୁରର ଏକ ଚାଷୀ ଦମ୍ପତିଙ୍କ ଘଟଣା। ଯେଉଁମାନଙ୍କ ପାଖରେ କ୍ଷେତରେ ବିହନ ବୁଣିବା ପାଇଁ ମଧ୍ୟ ଟଙ୍କା ନାହିଁ।

ଦାରିଦ୍ର୍ୟର ଅବସ୍ଥା ଏପରି ଯେ ସେମାନେ ବଳଦ ଟିଏ ବି ହଳ କରିବା ପାଇଁ ଆଣିପାରୁନାହାନ୍ତି। ଟ୍ରାକ୍ଟର ଆଣିବା ତ ଦୂରର କଥା। ଏହି କାରଣରୁ ସେମାନେ ଏତେ କଠିନ ପରିଶ୍ରମ କରିବାକୁ ବାଧ୍ୟ ହେଉଛନ୍ତି।

ସ୍ୱାମୀ ବଳଦ ସ୍ତ୍ରୀ ହଳିଆ: ଯେହେତୁ ହଳ କରିବା ପାଇଁ ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ଟଙ୍କା ନାହିଁ ତେଣୁ ବୁଢ଼ା ବୁଢ଼ୀ ଅବସ୍ଥାରେ ଦମ୍ପତ୍ତି ବିଲରେ ନିଜେ ହଳ କରୁଛନ୍ତି।

ବୃଦ୍ଧ ସ୍ୱାମୀ ବିଲରେ ବଳଦ ସାଜିଛନ୍ତି। ତାଙ୍କ ବେକରେ ଜୁଆଳି ବନ୍ଧା ଯାଇଛି। ଆଉ ବୃଦ୍ଧା ସ୍ତ୍ରୀ ହଳିଆ ସାଜି ହଳ କରୁଛନ୍ତି। ଏହି ଘଟଣାକୁ ଯିଏ ଦେକୁଛି ତା ଆଖିରେ ଲୁହ ଆସିଯାଇଛି।

ଦମ୍ପତ୍ତିଙ୍କ ପ୍ରତିକ୍ରିୟା: ବୃଦ୍ଧ ଦମ୍ପତ୍ତି କହିଛନ୍ତି ଯେ ଗତ ବର୍ଷ ମରୁଡ଼ି ଏବଂ ମୌସୁମୀ ବର୍ଷା ଯୋଗୁଁ ସେମାନଙ୍କର ଫସଲ ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଏହି କାରଣରୁ ସେମାନଙ୍କ ଗଚ୍ଛିତ ଟଙ୍କା ସରିଯାଇଛି।

ଗତ ଗୋଟିଏ ବର୍, ହେବ ସେମାନେ ଦୁହେଁ ବହୁତ କଷ୍ଟକର ପରିସ୍ଥିତିରେ ରହୁଛନ୍ତି। ଅମ୍ୱାଦାସ ପାଓ୍ୱାରଙ୍କ ପାଖରେ ୨.୫ ଏକର ଜମି ଅଛି। ହେଲେ ତାଙ୍କ ପାଖରେ ବିଲକୁ  ହଳ କରିବା ଏବଂ ଫସଲରେ ଚାଷ କରିବା ପାଇଁ ବଳଦ କିମ୍ୱା ଟ୍ରାକ୍ଟର ନାହିଁ। କାରଣ ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଛି।

ବୃଦ୍ଧା ମୁକ୍ତାବାଇ କହିଛନ୍ତି ଯେ ତାଙ୍କ ପୁଅ ସହରରେ ଶ୍ରମିକ ଭାବରେ କାମ କରେ ଏବଂ ବୃଦ୍ଧ ଦମ୍ପତି ନିଜେ ହଳ କରିବା ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ ଚାଷ କାମ କରନ୍ତି।

ଦମ୍ପତିଙ୍କ ବୋହୂ ଏବଂ ଦୁଇ ନାତି ସେମାନଙ୍କ ସହିତ ରୁହନ୍ତି। ସେମାନଙ୍କର ଏକ ଝିଅ ମଧ୍ୟ ଅଛି, ଯିଏ ବିବାହିତ ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ରୁହନ୍ତି।