ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ,“ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା”ରେ ସମ୍ମାନିତ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବୋସାମନରିକ ସମ୍ମାନ । “ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା” ରେ ସମ୍ମାନିତ ହେଲେ ମୋଦୀ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବୋସାମନରିକ ସମ୍ମାନ । “ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା” ରେ ସମ୍ମାନିତ ହେଲେ ମୋଦୀ । ପିଏମ ଦୋଦୀଙ୍କୁ ସମ୍ମାନିତ କଲେ ଘାନାର ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା । “ଏହା ମୋ ପାଇଁ ଅତି ଗର୍ବର ବିଷୟ” କହିଲେ ମୋଦୀ । ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 4ଟି ଚୁକ୍ତି ହେଲା ସ୍ବାକ୍ଷରିତ । ଦୁଇ ନେତା ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।
ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ଘାନାରେ ପହଞ୍ଚିଛନ୍ତି । ସେଠାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଘାନା ଗସ୍ତ। ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରଧା21 ତୋପର ସଲାମୀ ଦିଆଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାରେ ‘ଦି ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।
ରାଜଧାନୀ ଆକ୍ରାରେ ଏକ କାର୍ଯ୍ୟକ୍ରମ ସମୟରେ, ରାଷ୍ଟ୍ରପତି ମହାମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ଭାରତର ନାଗରିକମାନଙ୍କୁ ଉତ୍ସର୍ଗ କରିଥିଲେ ଏବଂ ଏହି ସମ୍ମାନ ପାଇଁ ଘାନାକୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଘାନାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ବହୁତ ଗର୍ବ ଏବଂ ସମ୍ମାନର ବିଷୟ। ମୁଁ ରାଷ୍ଟ୍ରପତି ମହାମା, ଘାନାର ସରକାର ଏବଂ ଘାନାର ଜନସାଧାରଣଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି। ମୁଁ 1.4 କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରୁଛି।”