ଖୁସିରେ ବୁଲିବାକୁ ଯାଉଥିଲେ Bali; ବୁଡ଼ିଗଲା ଜାହାଜ, 61 ଜଣ ନିଖୋଜ
ବାଲିରେ ନୌକା ବୁଡ଼ି 61 ନିଖୋଜ । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନୌକାରେ ମୋଟ 53 ଯାତ୍ରୀଙ୍କ ସମେତ 65 ଜଣ ଥିଲେ ।
ଇଣ୍ଡୋନେସିଆ: ବାଲିରେ ନୌକା ବୁଡ଼ି 61 ନିଖୋଜ । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନୌକାରେ ମୋଟ 53 ଯାତ୍ରୀଙ୍କ ସମେତ 65 ଜଣ ଥିଲେ । ଛୁଟି କାଟିବାକୁ ଲୋକ ଯାଉଥିବା ବେଳେ ହେଇଥିଲା ଅଘଟଣ ।
ବାଲି ହେଉଛି ଇଣ୍ଡୋନେସିଆର ଏକ ଲୋକପ୍ରିୟ ରିସର୍ଟ । ତେବେ ଲୋକମାନେ ଛୁଟି ମନେଇବାକୁ ବାଲି ଯାଉଥଲେ । ହେଲେ ବୁଧବାର ରାତି ପ୍ରାୟ 11.20 ରେ ଏହି ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ଗୁରୁବାର ସକାଳ ସୁଦ୍ଧା 4 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରେସ୍କ୍ୟୁ ଅପରେସନ ଜାରି ରହିଛି । ତେବେ କୁହାଯାଉଛି ଯେ, ଏହି ଡଙ୍ଗାରେ 14ଟି ଟ୍ରକ ସହିତ 12ଟି ଯାନବାହନ ଥିଲା ।