ମୋବାଇଲ ପାଇଁ ସାଙ୍ଗକୁ ମାରିଦେଲା ସାଙ୍ଗ, 4 ଦିନ ପରେ ମିଳିଲା ମୃତଦେହ

ନିଖୋଜର 4 ଦିନ ପରେ ନାବାଳକଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି ।

ଆନନ୍ଦପୁର: ନିଖୋଜର 4 ଦିନ ପରେ ନାବାଳକଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି ।

ତେବେ ମୋବାଇଲ ପାଇଁ ନିଜ ସାଙ୍ଗକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ପରେ ନାବାଳକ ସାଙ୍ଗକୁ ଅଟକ ରଖିଛି ପୋଲିସ । ତେବେ କଉଁ କାରଣରୁ ଏହି ହତ୍ୟା ହୋଇଛି ଏବଂ କିଏ କାହିଁକି କରିଛି, ସେନେଇ ତଦନ୍ତ କରୁଛି ପୋଲିସ ।