ଦେଶ ବିରୋଧୀ ଭାଇରାଲ ଭିଡିଓ ଏବଂ କଣ୍ଟେଣ୍ଟ ହେବ ବ୍ଲକ୍! ସରକାର ଆଣୁଛନ୍ତି ଜାତୀୟ ନୀତି
ଏଣିକି ଆଉ ଚାଲିବନି ଦେଶ ବିରୋଧୀ ଭିଡିଓ ଭାଇରାଲର ମନମାନି, ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଦେଶ ବିରୋଧୀ ଘୃଣା ପ୍ରସାରିତ କରୁଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସୋସିଆଲ ମିଡିଆରେ ଦେଶ ବିରୋଧୀ ଭିଡିଓ ବା ପୋଷ୍ଟ ସେୟାର କରୁଥିବା ଲୋକ ଏବେ ତ୍ରାହି ପାଇବେନି।
ସୂଚନା ମୁତାବକ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଥିପାଇଁ ପଲିସି ଆଣିବାକୁ ପ୍ରସ୍ତୁତ ହେଉଛି। ଦେଶ ବିରୋଧୀ କାମ କରୁଥିବା ହ୍ୟାଣ୍ଡେଲ ବ୍ଲକ କରାଯିବ ଏବଂ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦେଶ ବିରୋଧରେ ଅନେକ ୱେବସାଇଟରେ ମଧ୍ୟ କଣ୍ଟେଣ୍ଟ ଅପଲୋଡ କରାଯାଉଛି। ଏମିତି କରୁଥିବା ଲୋକ ବିରୋଧରେ ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଇନ୍ଦା ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଏ ବିଷୟରେ ଗୃହ ମନ୍ତ୍ରାଳୟର ସଂସଦୀୟ କମିଟିକୁ କହିଥିଲେ।
ସଂସଦୀୟ ସମିତିକୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଦେଶ ବିରୋଧୀ ଲୋକଙ୍କ ସୋସିଆଲ ମିଡିଆ ଉପରେ ଦୃଷ୍ଟି ରଖିବାକୁ ଏକ ସ୍ପେଶାଲ ଟିମ୍ ଗଠନ କରାଯାଉଛି। ଏମାନେ ସେହି ଲୋକଙ୍କୁ ଖୋଜିବେ ଏବଂ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।