ପାଣିର ପ୍ରଳୟ, ଗଲାଣି ୭୦ ଜୀବନ, ଏବେ ବି ନିଖୋଜ ୩୫ ଜଣ, ୭୦୦ କୋଟିର ସମ୍ପତ୍ତି କ୍ଷତିଗ୍ରସ୍ତ

ହିମାଚଳପ୍ରଦେଶ: ଭୟଙ୍କର ଜଲ ପ୍ରଳୟ। ୧୫ ଦିନରେ ନେଲାଣି ୭୦ ଜୀବନ। ଏବେ ବି ପାଖାପାଖି ୩୫ ଜଣ ନିଖୋଜ ଥିବା ସୂଚନା ମିଳିଥିବା ବେଳେ, ଏହି ପ୍ରଳୟ ୭୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ କରିସାରିଲାଣି।

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି, କିନ୍ତୁ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପ୍ରୟାସ ଦେଖାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ସୁରେଶ କଶ୍ୟପ।

ବ୍ୟାପକ କ୍ଷୟକ୍ଷତି: ମଣ୍ଡିର ସରାଜ ବିଧାନସଭା ନିର୍ବାଚନମଣ୍ଡଳୀର ପରିସ୍ଥିତି ବହୁତ ଖରାପ ହୋଇଯାଇଛି।  ସମଗ୍ର ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ କ୍ଷୟକ୍ଷତି ହୋଇଛି।  ବିସେଷ କରି ବାଗସ୍ୟାଦର ସରଣ ଗାଁରେ ପରିସ୍ଥିତି ସଙ୍ଗୀନ।

ଏମିତିକି ଅନେକ ପରିବାର ରହିବା ପାଇଁ ସେମାନଙ୍କ ମୁଣ୍ଡ ଉପରେ ଛାତ ଠିଏ ବି ନାହିଁ।  ପ୍ରାକୃତିକ ବିପର୍ଯ୍ୟୟ ଗାଁର ନକ୍ସା ବଦଳାଇ ଦେଇଛି।  ଶରଣ ଗାଁର ୧୪ ଟି ଘର ମାଟିରେ ମିଶିଯାଇଛି।

ରେସ୍କ୍ୟୁ ଅପରେସନ୍ ଜାରି: ମାଣ୍ଡି ଜିଲ୍ଲାର ସେରାଜ ଅଞ୍ଚଳରେ ମେଘଫୁଟ ଯୋଗୁଁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ NDRF ସହାୟତାରେ ଡେଜି, ଭାରଦ ଇତ୍ୟାଦି ଗାଁରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରାଯାଇଛି ଏବଂ ଏଠାରୁ ୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ପ୍ରଥମ ୧୫ ଦିନରେ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୦ ଜଣଙ୍କର ମୃତ୍ୟୁ ହୋଇଛି।

ଏଥିରେ ସଡ଼କ ଦୁର୍ଘଟଣା ମଧ୍ୟ ଅନ୍ତର୍ଭୁକ୍ତ। ସେହି ସମୟରେ, ମୌସୁମୀର ପ୍ରାରମ୍ଭିକ ବର୍ଷାରେ ରାଜ୍ୟରେ ୪୯୫.୮୨ କ୍ଷତି ହୋଇଛି। ୩୦ ଜୁନ୍ ଏବଂ ୧ ଜୁଲାଇରେ ପ୍ରକୃତିର ତାଣ୍ଡବରେ ମଣ୍ଡିରେ ୧୪ ଜଣଙ୍କ ମୃତଦେହ ମିଳିଛି। ଏହି ସମୟ ମଧ୍ୟରେ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି।