ଗଡ଼ିଲା ତିନି ରଥ, ବାହୁଡୁଛନ୍ତି ୩ ଠାକୁର, ବଡ଼ଦାଣ୍ଡରେ ଲହଡ଼ି ମାରୁଛି ଜନସମୁଦ୍ର

ପୁରୀରେ ବାହୁଡ଼ାଯାତ୍ରା, ଗଡ଼ିଲା ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ମାଉସୀ ମାଆଙ୍କ ଘରେ ରହଣୀ ପରେ ମହାପ୍ରଭୁ ବଡ଼ଭାଇ ଏବଂ ଭଉଣୀ ସହ ଶ୍ରୀମନ୍ଦିର ବାହୁଡ଼ୁଛନ୍ତି। ତେବେ ବର୍ତ୍ତମାନ ୩ ରଥ ଅର୍ଥାତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ଗଡ଼ିବା ଆରମ୍ଭ କରିଛି ।

ତିନି ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବଡ଼ଦାଣ୍ଡରେ ଲହଡ଼ି ମାରୁଛି ଜନସମୁଦ୍ର। ଘଣ୍ଟଘଣ୍ଟା, ଭେରିତୂରୀରେ କମ୍ପୁଛି ଗଗନ ପବନ। ଭିଡ଼ ପାଇଁ କଡ଼ା ସୁରକ୍ଷା ଜାରି ରହିଛି।

ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ପୂର୍ବରୁ ବାହୁଡ଼ାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରାଯାଉଛି। ଆଗେ ଅଗେ ଯାଉଛନ୍ତି ବଡ଼ ଠାକୁର ବଳଭଦ୍ର, ମଝିରେ ମାଆ ସୁଭଦ୍ରା ପଛରେ କାଳିଆର ରଥ ଗଡ଼ୁଛି।

ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ ଆଉ ଉତ୍କଣ୍ଠା । ରଥ ଟାଣି ଭକ୍ତ ଉତ୍ସାହିତ।