ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ଲାଭ ହୁଏ ? ସକାଳୁ କେତେ ଗ୍ଲାସ ପିଇବା ଉଚିତ?

ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା

ଓଡିଶା ଭାସ୍କର: ସକାଳୁ ଉଠିବା ମାତ୍ରେ ଆମେ ପ୍ରଥମେ ଯାହା କରୁ ତାହା ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। କଣ ଆପଣ ଜାଣନ୍ତି ଖାଲି ପେଟରେ ପାଣି ପିଇଲେ ହୋଇଥାଏ ଅନେକ ଫାଇଦା।

ଆଜ୍ଞା ହଁ, ସକାଳେ ଖାଲି ପେଟରେ ପାଣି ପିଇଲେ ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ଫାଇଦା ସବୁ କଣ ଏବଂ ଆପଣଙ୍କୁ କେତେ ଗ୍ଲାସ ପାଣି ପିଇବା ଉଚିତ।

ରାତିରେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସକାଳେ ଖାଲି ପେଟରେ ପାଣି ପିଇବା ଦ୍ଵାରା କିଡନୀ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ ଏବଂ ଶରୀରରୁ କ୍ଷତିକାରକ ଉପାଦାନ ବାହାର କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ।

ଏହା ଏସିଡିଟି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ। ଏହା ବଦହଜମୀକୁ ରୋକେ ଏବଂ ପାଚନ କ୍ରିୟାକୁ ସନ୍ତୁଳିତ ରଖେ, ଯାହାଦ୍ୱାରା ପେଟ ସଫା ରୁହେ।

ସକାଳେ ଖାଲି ପେଟରେ ପାଣି ପିଇଲେ ଖାଦ୍ୟ ସଠିକ ଭାବରେ ହଜମ ହୁଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳେ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଶୋଇବା ସମୟରେ କିଛି ଜୀବାଣୁ ପାଟିରେ ଜମା ହୋଇଥାନ୍ତି। ଯେତେବେଳେ ଆପଣ ସକାଳେ ଖାଲି ପେଟରେ ପାଣି ପିଅନ୍ତି, ଆପଣ ଏହି ଜୀବାଣୁଗୁଡ଼ିକୁ ମଧ୍ୟ ଗିଳି ଦିଅନ୍ତି ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦ୍ୱାରା ଚର୍ମ ମଧ୍ୟ ହାଇଡ୍ରେଟ୍ ରୁହେ। ଏହା ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟାକୁ ମଧ୍ୟ ଦୂର କରେ।

ଖାଲି ପେଟରେ କେତେ ପାଣି ପିଇବା ଉଚିତ? ସକାଳେ ଉଠିବା ପରେ ଆପଣଙ୍କୁ 2 ଗ୍ଲାସରୁ ଅଧିକ ପାଣି ପିଇବା ଉଚିତ୍ ନୁହେଁ। ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି ତେବେ ବାନ୍ତି ହେବାର ସମ୍ଭାବନା ରହିଛି। ସନ୍ତୁଳିତ ପରିମାଣରେ ପାଣି ପିଇବା ଦ୍ୱାରା ଶରୀର ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼େ ନାହିଁ ଏବଂ ଅନେକ ଲାଭ ମିଳିଥାଏ।