ସମ୍ବଲପୁର: ଗଞ୍ଜେଇ ଯାଞ୍ଚ କରୁ କରୁ ମିଳିଲା 1 କ୍ବିଣ୍ଟାଲରୁ ଅଧିକ ରୁପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ।
ରେଙ୍ଗାଳି ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ହେଲାବେଳେ ଜବତ ହେଲା ଏହି ରୁପା। ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ କାର୍ ଅଟକାଇ ଥିଲା। ହେଲେ ସେହି କାର୍ର ସିକ୍ରେଟ୍ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍ରୁ ଅଧିକ ରୁପା।
ସକ୍ରେଟ୍ ଚ୍ୟାମ୍ୱରରେ ଏତେ ରୁପା ଥିବା ଦେଖି ଅବକାରୀ ବିଭାଗ ଜିଏସ୍ଟି ବିଭାଗକୁ ଖବର ଦେଇଥିଲା। ତାପରେ ତଦନ୍ତ ପାଇଁ ରେଙ୍ଗାଳି ଗଲେ ଜିଏସଟି ଅଧିକାରୀ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ କରିବ ଜିଏସଟି।