ପ୍ରକୃତରେ କାହା ଇସାରାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମହାସଂଘ, ବିଜେପି ନା କଂଗ୍ରେସ
ରାଜନୈତିକ ମୁଦ୍ଦା ପାଲଟିଲା ଡ୍ରାଇଭର ମହାସଂଘର ଆନ୍ଦୋଳନ। ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ।
ଭୁବନେଶ୍ୱର: ଓଡ଼ିଶାରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଏହି ଆନ୍ଦୋଳନ ଏବେ ରାଜନୈତିକ ମୁଦ୍ଦା ପାଲଟିଗଲାଣି। କାରଣ ଆଜି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି।
କେବଳ ସେତିକି ନୁହେଁ ଡ୍ରାଇଭରମାନଙ୍କ ସମସ୍ତ ଦାବିକୁ ସରକାର ପୂରଣ କରନ୍ତୁ ବୋଲି ମଧ୍ୟ ରାହୁଲ କହିଛନ୍ତି। ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍। ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ।
କେବଳ ସେତିକି ନୁହେଁ ଯେହେତୁ ଆଜି କଂଗ୍ରେସର ସମାବେଶ ଥିଲା ତେଣୁ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ଡ୍ରାଇଭର ସଂଘ ସେମାନଙ୍କ କଥା ଶୁଣିଲେନି।
ଗୋଟିଏ ଦିନ ପାଇଁ କେବଳ କଂଗ୍ରେସର ସମାବେସ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଲେ। ତେଣୁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍।
ଆଉ ରାହୁଲଙ୍କ ଏହି କଥା ସରୁ ସରୁ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି କଂଗ୍ରେସ ରାଲିକୁ ଡ୍ରାଇଭର ମହାସଂଘ ସମର୍ଥନ ଦେବାରେ ରାଜନୀତି ଦେଖାଦେଇଛି।
ଡ୍ରାଇଭରଙ୍କୁ ଡ୍ରାଇଭର ନେତା ଆନ୍ଦୋଳନ ନାଁରେ ଭ୍ରମିତ କରନ୍ତୁନି। ମହାସଂଘର ସମସ୍ତ ଦାବି ଉପରେ ଆଲୋଚନା ହୋଇଛି। ଦାବି ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ଡ୍ରାଇଭର୍ ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି।