୫ ଲକ୍ଷ ନୂଆ ବହି ହେଲା ରଦ୍ଦ, ଶିକ୍ଷାମନ୍ତ୍ରୀ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସିଲାବସ୍ରୁ ହଟାଇଲେ, ଜାଣନ୍ତୁ କାହିଁକି
ଶିକ୍ଷା ମନ୍ତ୍ରୀ କାହିଁକି ନେଲେ ଏଭଳି ନିଷ୍ପତ୍ତି? ୫ ଲକ୍ଷ ନୂଆ ବହି ହେଲା ରଦ୍ଦ
ନୂଆଦିଲ୍ଲୀ: ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ସିଲାବସରେ ‘ସ୍ୱାଧିନତା ପରର ସ୍ୱର୍ଣ୍ଣିମ ଭାରତ’ ପଢାଯାଉଛି। ଏହାର ଦୁଇଟି ଭାଗ ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ୫ ଲକ୍ଷ ନୂଆ ବହିକୁ ରଦ୍ଦ କରାଯାଇଛି। ଏହି ନିଷ୍ପତ୍ତି ଶିକ୍ଷାମନ୍ତ୍ରୀ ନେଇଛନ୍ତି। ତେବେ ଆସନ୍ତୁ ଜାଣିବା କାହିଁକି ନିଆଯାଇଛି ଏଭଳି ନିଷ୍ପତ୍ତି।
ଏହା ରାଜସ୍ଥାନର ଘଟଣା। ସୁବେର ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ କଂଗ୍ରେସ ଏବଂ ନେହେରୁ ଗାନ୍ଧୀ ପରିବାରର ପ୍ରଶଂସା କରାଯାଇଛି। ବିଜେପି ନେତାମାନେ, ପ୍ରଧାନମନ୍ତ୍ରୀ ମୋଦୀ, ଜନସଂଘ ଏବଂ ଅନ୍ୟାନ୍ୟ ସଂଗଠନକୁ ସାମାନ୍ୟ ବର୍ଣ୍ଣନା କରାଯାଇଛି ଏହି ବହିରେ।
ବହିର ଦ୍ୱିତୀୟ ଭାଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ଫଟୋ କଭର ଉପରେ ରହିଛି। ଏହି ବହିର ଭିତର ଭାଗରେ କଂଗ୍ରେସର ୧୫ ଜଣ ନେତାଙ୍କୁ ମୁଖ୍ୟ ଭାବେ ବର୍ଣ୍ଣନା କରାଯାଇଛି।
ସେହିପରି ବାବା ସାହେବ ଆମ୍ବେଦକର, ଶାସ୍ତ୍ରୀ ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ଜାତୀୟ ନେତାମାନଙ୍କୁ ଅଣଦେଖା କରାଯାଇଛି। ଏହି କାରଣ ପାଇଁ ଶିକ୍ଷା ମନ୍ତ୍ରୀ ୫ ଲକ୍ଷ ବହିକୁ ରଦ୍ଦ କରିଛନ୍ତି।
ବହିର ସିଲାବସ୍ ପୁରୁଣା ହେଲେ ସରକାର ୫ ଲକ୍ଷ ବହି ଛପାଇଥିଲେ। ଯାହାକୁ ବର୍ତ୍ତମାନ ରଦ୍ଦ କରାଯାଇଛି। ଏହି ବହିଗୁଡ଼ିକର ମୂଲ୍ୟ ୨.୫ କୋଟି ଟଙ୍କା ବୋଲି କୁହାଯାଉଛି।
ଏହା ଉପରେ ମନ୍ତ୍ରୀ ଦିଲାୱର କହିଛନ୍ତି ଯେ, ଯଦି କୌଣସି ବହି ବିଷ ପରି। ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପଢାଇବା, ତାହା ଠିକ୍ ନୁହେଁ। ଏହି ବହି ଭାରତର ଇତିହାସକୁ ନୁହେଁ, କଂଗ୍ରେସର ବିଚାରଧାରାକୁ ବୃଦ୍ଧି କରୁଛି।