ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ, ଘରୋଇ ଇଂରାଜୀ ସ୍କୁଲରେ ଅଘଟଣ

ଛାତ୍ର ଜଣକ ଛାତରୁ ପଡ଼ିଗଲେ ନା ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ।

କେନ୍ଦୁଝର: ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ। ମୃତ୍ୟୁ ହୋଇଥିବା ଛାତ୍ର ଦଶମ ଶ୍ରେଣୀର ବୋଲି ସୂଚନା। କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳର ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲେ ମୃତ ଛାତ୍ର ଜଣକ।

ହେଲେ ଆଜି ସକାଳୁ ସକାଳୁ ଖବର ଆସିଛି କି ଛାତ୍ର ଜଣକ ସ୍କୁଲ ଛାତ ଉପରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି।  ହେଲେ ପିଲାଟିର ପ୍ରକୃତରେ ମୃତ୍ୟୁ କିପରି ହେଲା ତାହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ।

ସେପଟେ ପୁଅର ମୃତ୍ୟୁ ଖବର ଶୁଣି କାନ୍ଦି କାନ୍ଦି ହଷ୍ଟେଲରେ ପହଞ୍ଚିଛନ୍ତି ମୃତ ଛାତ୍ରଙ୍କ ବାପା, ମା’। ଖବର ପାଇ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଚମ୍ପୁଆ ପୋଲିସ। ହେଲେ ଛାତ୍ର ଜଣକ ଛାତରୁ ପଡ଼ିଗଲେ କି ହତ୍ୟା କିମ୍ୱା ଆତ୍ମହତ୍ୟା ତାହା ଏବେ ସ୍ପଷ୍ଟ ହୋଇନାହିଁ।