ନୂଆଦିଲ୍ଲୀ: କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଢ଼େଇ ଜାରି ରହିଛି। ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଉଛି।
ହେଲେ ଏହି ସିଜିନରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଅନେକ ନୂଆ ରେକର୍ଡ କରିବା ସହ ପୁଣି ଥରେ କୋହଲିଙ୍କ ଏକ ବିଶାଳ ରେକର୍ଡକୁ ଭାଙ୍ଗି ରୁଜି ଚୁରମାର କରିଦେଇଛନ୍ତି।
ଭାରତର ଦମଦାର ଇନିଂସ: ଏହି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦିନରେ ଇଂଲଣ୍ଡ ୪ ୱିକେଟ ହରାଇ ୨୫୧ ରନ କରିଥିଲା କିନ୍ତୁ ଦ୍ୱିତୀୟ ଦିନରେ ଜସପ୍ରିତ ବୁମରାହ ଇଂଲଣ୍ଡ ଦଳକୁ ୩୮୭ ରନରେ ଆଉଟ କରିଥିଲେ। ଯେଉଁଥିରେ ବୁମରାହ ୫ଟି ୱିକେଟ ନେଇଥିଲେ।
ଇଂଲଣ୍ଡର ପ୍ରଥମ ଇନିଂସର ଜବାବରେ, ଭାରତୀୟ ଟିମ୍ ର ଆରମ୍ଭ ବୋହୁତ ଖରାପ ଥିଲା। ଓପନର ଯଶସ୍ୱୀ ଜୟସ୍ୱାଲ ମାତ୍ର ୧୩ ରନ କରି ଦ୍ୱିତୀୟ ଓଭରରେ ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ୍ ହୋଇଥିଲେ।
ଏହା ପରେ କରୁଣ ନାୟାର ମଧ୍ୟ ୪୦ ରନ କରି ଆଉଟ ହୋଇଥିଲେ। ୭୪ ରନରେ ଦ୍ୱିତୀୟ ୱିକେଟ ଯିବା ପରେ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ ଶୁଭମନ ଗିଲ୍।
ପ୍ରଶଂସକମାନେ ଗିଲଙ୍କ ଠାରୁ ପୁଣି ଏକ ବଡ଼ ଇନିଂସର ଆଶା କରୁଥିଲେ। କିନ୍ତୁ ସେ ମାତ୍ର ୧୬ ରନ କରି ଆଉଟ୍ ହୋଇଯାଇଥିଲେ। ତଥାପି ଏହି ଛୋଟ ସ୍କୋର କରି ମଧ୍ୟ ଶୁଭମନ ଗିଲ୍ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଥିଲେ।
ଗିଲ୍ ପୁଣି ଚମତ୍କାର କଲେ: ପ୍ରକୃତରେ ଏହି ୧୬ ରନର ଇନିଂସ ମଧ୍ୟରେ ଶୁଭମନ ଗିଲ୍ ଇଂଲଣ୍ଡରେ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିଥିବା ଭାରତୀୟ ଅଧିନାୟକ ହୋଇଥିଲେ।
ଯଦି ଦେଖିବା ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାଁରେ ଥିଲା। କୋହଲି ୨୦୧୮ ମସିହାରେ ଇଂଲଣ୍ଡ ଗସ୍ତରେ ୫୯୩ ରନ୍ କରିଥିଲେ।
ହେଲେ ଗିଲ୍ ଚଳିତ ଟେଷ୍ଟ ସିରିଜରେ ୬୦୧ ରନ୍ କରିଛନ୍ତି। ସେ ୩ଟି ଟେଷ୍ଟ ମ୍ୟାଚର ମାତ୍ର ୫ ଇନିଂସରେ ଏହି ବଡ଼ ସଫଳତା ହାସଲ କରିଛନ୍ତି। ପରବର୍ତ୍ତୀ ୨ଟି ମ୍ୟାଚ୍ ରେ ତାଙ୍କ ପାଖରେ ଆହୁରି ଅନେକ ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।
ଗିଲ୍ ଙ୍କ ଟାର୍ଗେଟ ଗାଭାସ୍କରଙ୍କ ରେକର୍ଡ: ଯଦି ଗିଲ୍ ପରବର୍ତ୍ତୀ ୫ ଇନିଂସରେ ୧୩୩ ରନ କରିବାରେ ସଫଳ ହୁଅନ୍ତି ତେବେ ସେ ଟେଷ୍ଟ ସିରିଜରେ ସର୍ବାଧିକ ରନ କରିବାରେ ଭାରତୀୟ ଅଧିନାୟକ ହୋଇଯିବେ।
ବର୍ତ୍ତମାନ ଏହି ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାମରେ ଅଛି। ଗାଭାସ୍କର ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୭୩୨ ରନ କରିଥିଲେ।
ଟେଷ୍ଟ ସିରିଜରେ ସର୍ବାଧିକ ରେକର୍ଡ:
ସୁନୀଲ ଗାଭାସ୍କର-୭୩୨
ବିରାଟ କୋହଲି – ୬୫୫
ବିରାଟ କୋହଲି – ୬୧୦
ଶୁଭମାନ ଗିଲ୍ – ୬୦୧