ବିଟକଏନର ମୂଲ୍ୟ ୧ କୋଟି ଟଙ୍କା ପାର, ଭାଙ୍ଗିଗଲା ସମସ୍ତ ରେକର୍ଡ

ଗତ ଏକ ମାସରେ ବିଟକଏନର ମୂଲ୍ୟରେ ଅଭାବପୂର୍ବ ଉଛୁଳା ଦେଖାଦେଇଛି ଏବଂ ଏବେ ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବିଟକଏନର ମୂଲ୍ୟ ୧.୧୮ ଲକ୍ଷ ଡଲାର, ଅର୍ଥାତ୍ ପ୍ରାୟ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଜୁଲାଇ ୧୨, ୨୦୨୫ରେ ବିଟକଏନର ମୂଲ୍ୟ ୧୧୭,୭୯୪.୬୩ ଡଲାର ଥିଲା, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ଟଙ୍କା ହେବ। ଏହି ଅଭୂତପୂର୍ବ ମୂଲ୍ୟ ବୃଦ୍ଧି ବିଟକଏନକୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ଅଧିକ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ଭାବେ ଆହୁରି ସୁଦୃଢ଼ କରିଛି।

ବିଶେଷଜ୍ଞଙ୍କ ମତରେ, ବିଟକଏନର ଏହି ମୂଲ୍ୟ ବୃଦ୍ଧିରେ ବିଶ୍ୱବ୍ୟାପୀ ବିନିଯୋଗକାରୀଙ୍କ ବିଶ୍ୱାସ, ସୀମିତ ଯୋଗାଣ (ମାତ୍ର ୨୧ ନିୟୁତ ବିଟକଏନ ଉତ୍ପାଦନ ହେବ), ଏବଂ କ୍ରିପ୍ଟୋକରେନ୍ସି ବଜାରରେ ବୃଦ୍ଧି ପାଉଥିବା ଆଗ୍ରହ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ, ଏହାର ମୂଲ୍ୟ ଅତ୍ୟନ୍ତ ଅସ୍ଥିର ହେବା କାରଣରୁ ବିନିଯୋଗକାରୀଙ୍କୁ ସତର୍କତାର ସହ ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଭାରତରେ ବିଟକଏନ ଏବଂ ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସି ଅବୈଧ ନୁହେ, କିନ୍ତୁ ଏହା ଅଣନିୟନ୍ତ୍ରିତ ଅଟେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଚାହୁଁଥିବା ବେଳେ, ବର୍ତ୍ତମାନ କ୍ରିପ୍ଟୋ ବ୍ୟବସାୟରୁ ହେଉଥିବା ଲାଭ ଉପରେ ୩୦% ଟିକସ ଏବଂ ୧% TDS ଲାଗୁ ହେଉଛି।

ବିଟକଏନର ଏହି ଐତିହାସିକ ମୂଲ୍ୟ ବୃଦ୍ଧି ବିଶ୍ୱବ୍ୟାପୀ ବିନିଯୋଗକାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି, କିନ୍ତୁ ଏହା ସହିତ ଜଡ଼ିତ ଝୁକି ବିଷୟରେ ସତର୍କ ରହିବା ମଧ୍ୟ ଜରୁରୀ।