ଭୁବନେଶ୍ୱର: ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏଥିପାଇଁ ପରିବା ଦର ଆକାଶ ଛୁଇଁଛି। ସବୁ ପରିବା ଦର କିଲୋଗ୍ରାମ ପିଛା ୭୦-୮୦ ଟଙ୍କା ଉପରେ। କେଉଁ ପରିବା ଦର ୫୦ ତଳକୁ ନାହିଁ। ଏଥିସହ ଖୁଚୁରା ବ୍ୟବସାୟୀ ପରିବାକୁ ଚଢାଦରରେ ବିକ୍ରି କରୁଛନ୍ତି।
ବର୍ତ୍ତମାନ ଶ୍ରବଣ ମାସ ଚାଲିଛି। ସୋମବାରରେ ପରିବାରେ ହାତ ମାରିପାରୁନାହାନ୍ତି ଗ୍ରାହକ। ଭୁବନେଶ୍ୱରରେ ଖୁଚୁରା ବ୍ୟବସାୟୀ ବାଇଗଣ କିଲୋଗ୍ରାମ ୧୦୦ ଟଙ୍କା, ପୋଟଳ ୧୨୦, ବିଲାତି ୫୦ ଟଙ୍କା, ଭେଣ୍ଡି ୮୦ ଟଙ୍କାରେ ବିକ୍ରି କରୁଛନ୍ତି।
ସେହିପରି କ୍ୟାପସିକମ, କଲରା, ମଟର, ପାଳଙ୍ଗର ଦର ୮୦ ଟଙ୍କାରେ ପହଞ୍ଚିଛି। ଫୁଲକୋବି ୧୦୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ପିଆଜ ଦର କିଲୋଗ୍ରାମ ପିଛା ୩୫ ଟଙ୍କା ଏବଂ ଆଳୁ କିଲୋ ୨୫ ଟଙ୍କାରେ ପହଞ୍ଚିଛି। ଅଦା ୧୨୦ ଏବଂ ରଶୁଣ ୧୬୦, କଞ୍ଚା ଲଙ୍କା ୧୬୦ ଏବଂ ଧନିଆ ୪୦୦ ଟଙ୍କାରେ କିଣୁଛନ୍ତି ଲୋକେ।
ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେଇଯାଉଛି। ବର୍ତ୍ତମାନ କିଛି ଦିନ ଏପରି ଦରଦାମ ରହିବ ବୋଲି କୁହାଯାଉଛି। କିନ୍ତୁ କିଛି ପରିବାର ଦର କମିବ।