ଆଜି ୫ ହଜାର ଟଙ୍କା ମହଙ୍ଗା ହେଲା ରୂପା, ସୁନା ବି ବଢିଲା, ଜାଣନ୍ତୁ ତାଜା ରେଟ୍‌

ବଢିଲା ଗଲା ରୂପା-ସୁନା ଦର

ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ରୂପା ଦର ୫ ହଜାର ଟଙ୍କା ବୃଦ୍ଧି ଘଟିଛି। ଏହା ବୃଦ୍ଧି ପରେ ରୂପା ଦର ବର୍ତ୍ତମାନ କିଲୋଗ୍ରାମ ପିଛା ୧,୧୫,୦୦୦ ଟଙ୍କାରେ ପହଞ୍ଚିଛି। ଅଖିଳ ଭାରତୀୟ ସରଫା ସଂଘ ଏହି ସୂଚନା ଜାରି କରିଛି।

ଶନିବାର ଦିନ ରୂପା ୪ ହଜାର ୫୦୦ ଟଙ୍କା ବଢି ୧,୧୦,୦୦୦ ଟଙ୍କାରେ ପହଞ୍ଚିଥିଲା। ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ ସୌମିଲ ଗାନ୍ଧୀ କହିଛନ୍ତି ଯେ, ରୂପାର ମୂଲ୍ୟ ବଢି ହାରାହାରି ୧୪ ବର୍ଷର ଉଚ୍ଚତମ ସ୍ତରରେ ରହିଛି।

ବଢିଗଲା ସୁନା ଦର: ଆଜି ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୨୦୦-୨୦୦ ଟଙ୍କା ବଢିଯାଇ କ୍ରମଶଃ ୯୯,୫୭୦ ଟଙ୍କା ଏବଂ ୯୯,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ପହଞ୍ଚିଯାଇଛି।

ଏଲକେପି ସିକ୍ୟୁରିଟିଜର ଉପାଧ୍ୟକ୍ଷ, ବିଶ୍ଳେଷକ ଜତିନ ତ୍ରୀବେଦୀ କହିଛନ୍ତି ଯେ, ବିଶ୍ୱ ଶୁଳ୍କକୁ ଯୋଗୁଁ ସୁନାର ମୂଲ୍ୟରେ ସକରାତ୍ମକ ବୃଦ୍ଧି ଦେଖିବାକୁ ମିଳିଛି।