ପ୍ରଥମେ ଝଗଡ଼ା, ପରେ କଲେ ଗେହ୍ଲା, ଏହିପରି ସମସ୍ତଙ୍କ ହୃଦୟ ଜିତିଲେ ଷ୍ଟୋକ୍ସ-ରୁଟ୍
ଲର୍ଡସରେ ସମସ୍ତଙ୍କ ହୃଦୟ ଜିତିଲେ ଷ୍ଟୋକ୍ସ-ରୁଟ୍
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମୂାଚ୍ ଲର୍ଡସରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆକୁ ୨୨ ରନରେ ହାରିବାକୁ ପଡ଼ିଛି।
ମ୍ୟାଚର ଶେଷ ଦିନ ମହମ୍ମଦ ସିରାଜ ରବୀନ୍ଦ୍ର ଜାଡେଜାଙ୍କୁ ସାଥ ଦେଇଥିଲେ ହେଲେ, ସୋଏବ ବଶଙ୍କର ଗୋଟିଏ ବଲରେ ସିରାଜଙ୍କୁ ଚକମା ଦେଇଥିଲେ ଏବଂ ଇଂଲଣ୍ଡ ମ୍ୟାଚକୁ ଜିତାଇଥିଲେ।
ଏହି ହାରିବାକୁ ଟିମ ଇଣ୍ଡିଆ ଏବଂ ଫ୍ୟାନ୍ସ କେବେ ବି ଭୁଲିବେନି। କିନ୍ତୁ ମ୍ୟାଚ ମଝିରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ ଇଂଲଣ୍ଡ ଖେଳାଳି ଷ୍ଟୋକ୍ସ-ରୁଟ୍ ସମସ୍ତଙ୍କ ହୃଦୟ ଜିତିଛନ୍ତି।
ଲର୍ଡସ ଟେଷ୍ଟର ତୃତୀୟ ଦିନ ଟିମଙ୍କ ମଧ୍ୟରେ ଅନେକ ଝଗଡ଼ା ଦେଖିବାକୁ ମିଳିଛି। ଏହା ମ୍ୟାଚ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଇଂଲଣ୍ଡର ଖେଳାଳି ଲଗାତାର ଭାରତୀୟ ଖେଳାଳିଙ୍କ ଉପରେ କମେଣ୍ଟ କରୁଥିଲେ।
ସେହିପରି ରନ ନେବା ସମୟରେ ରବୀନ୍ଦ୍ର ଜାଡେଜା ଏବଂ ବ୍ରାୟଡନ କାର୍ସଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପୂର୍ବରୁ ଚତୁର୍ଥ ଦିନ ମହମ୍ମଦ ସିରା ବେନ ଡକେଟଙ୍କ ଉପରେ ତୀବ୍ରତା ପ୍ରକାଶ କରିଥିଲେ। ଏଥିପାଇଁ ଆଇସିସି ସିରାଜଙ୍କ ଉପରେ ଜରିମାନା ଜାରି କରିଛନ୍ତି।
ସିରାଜ ଯେଉଁଭଳି ଇଂଲଣ୍ଡର ବୋଲର ଡକରଙ୍କୁ ପାଭେଲିୟନ ଫେରାଇଥିଲେ, ସେହିଭଳି ଇଂଲଣ୍ଡ ପ୍ରତିଶୋଧ ନେଇ ସିରାଜଙ୍କୁ ଆଉଟ୍ କରାଇଥିଲେ। କିନ୍ତୁ ସିରାଜ୍ ଆଉଟ୍ ହେବା ପରେ ମଇଦାନରୁ ନିରାଶ ହୋଇ ଫେରୁଥିଲେ। ସେହି ସମୟରେ ଇଂଲଣ୍ଡର ଜୋ ରୁଟ ଏବଂ ଜ୍ୟାକ୍ କ୍ରାଲି ସିରାଜଙ୍କ ପାଖକୁ ଆସି ତାଙ୍କୁ ହୋସଲା ଦେଇଥିଲେ।
Ben Stokes hugged Ravindra Jadeja and consoled him. 🥹 pic.twitter.com/6BVXQIvnBc
— Mufaddal Vohra (@mufaddal_vohra) July 14, 2025
ଅନ୍ୟ ପକ୍ଷରେ ରବୀନ୍ଦ୍ର ଜାଡେଜା ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରୁଥିଲେ। ଜାଡେଜା ଟିମ ଇଂଣ୍ଡିଆକୁ ବିଜୟ ଦେବା ଲାଗି ଅନେକ ପ୍ରଚେଷ୍ଟା କରିଥିଲେ। ଏହି ମ୍ୟାଚରେ ସେ ୬୧ ରନ କରିଛନ୍ତି। ମ୍ୟାଚ ମପରେ କ୍ୟାପ୍ଟେନ ବେନ୍ ଷ୍ଟୋକ୍ସ ଜାଡେଜାଙ୍କୁ ଆଲିଙ୍ଗନ କରିଥିଲେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।