BREAKING: ଆତ୍ମାହୁତି ପାଇଁ କରାଗଲା ବାଧ୍ୟ: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କ କ୍ଷୋଭ

ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ ଗାନ୍ଧୀ। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଥିଲେ।

ନୂଆଦିଲ୍ଲୀ: ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ କ୍ଷୋଭ। ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ ଗାନ୍ଧୀ। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଥିଲେ। କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା

ନିରୀହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା। ଆଜି ଦେଶର ଝିଅମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ସେପଟେ ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ। ବାଲେଶ୍ୱର ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରାଯିବ। ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ସେ କହିଛନ୍ତି ଶେଷରେ ବିଜେପି ଦଳର ଏବିଭିପିର ଝିଅ ବି ବାଦ୍ ପଡିଲାନି । ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେନି। ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି।