ବଞ୍ଚିଥିବା ବେଳେ ଶୁଣିଲେନି ଅଭିଯୋଗ, ମୃତ୍ୟୁ ପରେ ରାଜନୀତି

ଏଗାର ଦିନ ପୂର୍ବରୁ, କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଚିଠି ଲେଖି ଜଣେ ବରିଷ୍ଠ ଅଧ୍ୟାପକ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ

ଭୁବନେଶ୍ୱର: ଯେତେବେଳେ ବଞ୍ଚିଥିଲେ ସେତେବେଳେ ଅଭିଯୋଗ କେହି ଶୁଣିଲେନି ଆଜି ଜୀବନ ଯୁଦ୍ଧରେ ହାରିଯିବା ପରେ ସହାନୁଭୁତି ଛୁଟୁଛି। ଘଟଣାକୁ ନେଇ ରାଜନୀତି କରାଯାଉଛି। ହେଲେ ଯେତେବେଳେ ପୀଡ଼ିତା ତାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାର ଅଭିଯୋଗ କରିଥିଲେ ସେତେବେଳ କେଉଁଠି ଶୋଇଥିଲେ ଏମାନେ।

ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇବାର ଏଗାର ଦିନ ପୂର୍ବରୁ, କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଚିଠି ଲେଖି ଜଣେ ବରିଷ୍ଠ ଅଧ୍ୟାପକ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ଏବଂ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ।

କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଜୁଲାଇ ୧ ରେ ଲେଖିଥିବା ଚିଠିରେ ପୀଡିତା ଶ୍ରୀ ସାହୁଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଶୃଙ୍ଖଳାଗତ କମିଟି ଗଠନ କରିବାକୁ ଦାବି କରିଥିଲେ।

ହେଲେ ଚିଠି ଏବଂ ଅଭିଯୋଗର କୌଣସି ତଦନ୍ତ ନହେବାରୁ ସୌମାଶ୍ରୀ ଆତ୍ମାହୁତି କରିବା ଭଳି ଚରମ ପଧକ୍ଷେପ ନେଇଥିଲେ। ସୌମ୍ୟାଶ୍ରୀ ଆତ୍ମାହୁତି ଖବର ପରେ ତଦନ୍ତ କରାଯାଇଥିଲେ।
ଛାତ୍ରୀଙ୍କ ଯୌନ ନିର୍ଯାତନାର ଅଭିଯୋଗରେ ଶିକ୍ଷା ବିଭାଗର ମୁଖ୍ୟ ସମୀର କୁମାର ସାହୁ ଏବଂ କଲେଜର ଅଧ୍ୟକ୍ଷ ଦିଲୀପ ଘୋସଙ୍କୁ ଗିରଫ କରାଯାଇଛି।

ହେଲେ ତଦନ୍ତରେ ବହୁତ ବିଳମ୍ବ ହୋଇଯାଇଥିଲା। ଯାହା ପାଇଁ ଛାତ୍ରୀ ଜଣଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଆଉ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଥିଲେ।

ଗତକାଲି ରାତିରେ ଏଫଏମ୍ ବିଇଡ୍ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷର ମୃତ୍ୟୁ ହୋଇଥିଲା। ସେ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ବାହାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ପରେ ତାଙ୍କ ଶରୀର ୯୫ ପ୍ରତିଶତ ପୋଡ଼ି ଯାଇଥିଲା।
ଏବେ ଛାତ୍ରୀଙ୍କ ମୃତ୍ୟୁ ପରେ ଚାଲିଛି ରାଜନୀତି। ଶାସକ ବିରୋଧୀ ମଧ୍ୟରେ ଛାତ୍ରୀଙ୍କୁ ନେଇ ସରଗରମ ହେଉଛି ରାଜନୀତି।