ଆଜିଠୁ କମିବ ବର୍ଷା-ବଢିବ ବଜ୍ରପାତ, ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ

ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷାର ଆଶଙ୍କା ନାହିଁ ।

ଭୁବନେଶ୍ବର: ରାଜ୍ୟରେ ପ୍ରାୟ 20 ଦିନରୁ ଅଧିକ ହେବ ବର୍ଷା ଲାଗି ରହିଥିବା ବେଳେ ବର୍ତ୍ତମାନ ଆଉ ବର୍ଷାର ସମ୍ଭାବନା ନାହିଁ । ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ରାଜ୍ୟରେ ବର୍ଷା ଆଶଙ୍କା ରହିନଥିଲେ ହେଁ ବଜ୍ରପାତ ଆଶଙ୍କା ରହିଛି । ପାଖାପାଖି 20ରୁ ଅଧିକ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ 30ରୁ 40 କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

କମିବ ବର୍ଷା ବଢ଼ିବ ବଜ୍ରପାତ- ରାଜ୍ୟରେ 19 ତାରିଖ ଯାଏଁ ବର୍ଷା ଆଶଙ୍କା ନଥିବା ବେଳେ ବଜ୍ରପାତ ଆଶଙ୍କା ରହିଛି । ତେବେ 20 ପରଠାରୁ ପୁଣି କିଛି ସ୍ଥାନରେ ବର୍ଷା ହୋଇପାରେ ।

ତେବେ ଗତ 2 ଦିନ ହେବ ପାଗ ମେଘୁଆ ରହିଥିଲେ ହେଁ ଅନେକ ସ୍ଥାନରେ ବର୍ଷା ହୋଇନାହିଁ । ଅନୁଗୁଳରେ ଅଧିକ ପରିମାଣର ବର୍ଷା ହୋଇଛି ।

ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା – ଆଜି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଭଦ୍ରକ, ଗଞ୍ଜାମ, ଗଜପତି ଏବଂ ବାଲେଶ୍ବରରେ ବଜ୍ରପାତ ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।

ସେହିପରି ବଜ୍ରପାତ ସାଙ୍ଗକୁ 30ରୁ 40 କିଲୋମିଟର ବେଗରେ ପବନ ମଧ୍ୟ ବୋହିପାରେ ।