ନୂଆଦିଲ୍ଲୀ,୧୭ା୭: ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଗୁରୁବାର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ଉପରେ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ଏପର୍ଯ୍ୟନ୍ତ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ତେଣୁ କୌଣସି ନିଷ୍କର୍ଷରେ ଏବେଠୁ ପହଞ୍ଚି ହେବ ନାହିଁ। ବ୍ୟୁରୋ କହିଛି, ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଆବଶ୍ୟକ ସୁପାରିସ ସହିତ ଚୂଡ଼ାନ୍ତ ରିପୋର୍ଟ ସଠିକ୍ ସମୟରେ ସାର୍ବଜନୀନ କରାଯିବ।
AAIB କହିଛି, ବୈଷୟିକ ଦିଗ ଏବଂ ଜନସ୍ୱାର୍ଥ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରାଯିବ, କିନ୍ତୁ ଗଣମାଧ୍ୟମ ସରକାରୀ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା ଉଚିତ ଏବଂ ସଠିକ୍ ତଥ୍ୟ ନ ପହଞ୍ଚିବା ପର୍ଯ୍ୟନ୍ତ ଏହା ସହିତ ଜଡ଼ିତ ମିଥ୍ୟା ଖବର ପ୍ରସାରଣ କରିବା ଅନୁଚିତ ।
AAIB ଜୋର ଦେଇ କହିଛି ଯେ, ବିମାନ ଦୁର୍ଘଟଣାରେ ଯାତ୍ରୀ, କ୍ରୁ ସଦସ୍ୟ ଏବଂ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଭାବନାକୁ ସମ୍ମାନ କରାଯିବା ଉଚିତ।