ନୂଆଦିଲ୍ଲୀ: ବୋହୂର ସୁନ୍ଦରତାକୁ ଦେଖି ପ୍ରେମରେ ପଡ଼ିଗଲା ଶ୍ୱଶୁର। ବୋହୂର ନିକଟତର ହେବ ବୋଲି ନିଜ ଜନ୍ମ କଲା ପୁଅକୁ ମାରିଦେଲା। ଆଜ୍ଞା ହଁ ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ପୁଣିଥରେ ଦେଖିବାକୁ ମିଳିଛି।
ଏହି ଉତ୍ତର ପ୍ରଦେଶରେ ଶାଶୂ ଏବଂ ଜ୍ୱାଇଁର ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପରେ ବର୍ତ୍ତମାନ ଏହି ଶ୍ୱଶୁରର ଅମାନବୀୟ କାହାଣୀ ସାମ୍ନାକୁ ଆସିଛି।
ଏହି ଘଟଣା ଆଗରାର। ୧୪ ମାର୍ଚ୍ଚରେ ହୋଲି ଦିନ ୨୬ ବର୍ଷୀୟ ପୁଷ୍ପେନ୍ଦ୍ର ଚୌହାନଙ୍କୁ ଘରେ ହତ୍ୟା କରାଯାଇଥିଲା। ଆରମ୍ଭରେ ଏହି ହତ୍ୟାରେ ଅନେକ ସନ୍ଦେହ ଏବଂ ତଥ୍ୟ ସାମ୍ନାକୁ ଆସିଥିଲା।
ହେଲେ ପୋଷ୍ଟମର୍ଟମ ରିପୋର୍ଟ ଏହା ସତ୍ୟତାକୁ ପ୍ରକାଶ କରିଥିଲା। ରିପୋର୍ଟରେ ଜଣାପଡ଼ିଥିଲା ଯେ, ତାଙ୍କୁ ଛୁରୀରେ ହତ୍ୟା କରାଯାଇଛି। ପୋଲିସ ତଦନ୍ତ ଜରିଆରେ ଜାଣିଥିଲା ଯେ, ପୁଷ୍ପେନ୍ଦ୍ରଙ୍କୁ ଆଉ କେହି ନୁହେଁ, ତାଙ୍କ ନିଜ ବାପା ହତ୍ୟା କରିଥିଲେ। ବର୍ତ୍ତମାନ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି।
ଗିରଫ ପରେ ଅଭିଯୁକ୍ତ ବାପ ସମସ୍ତଙ୍କ କଥା ନିଜ ମୁହଁରେ ମାନିଛି। ଏଥିରେ ସେ କହିଛନ୍ତି ଯେ, ବାପକୁ ନିଜ ବୋହୂ ପସନ୍ଦ ଆସିଯାଇଥିଲା। ସେ ତା ପ୍ରେମରେ ପଡ଼ିଯାଇଥିଲା। ଯେତେବେଳେ ପୁଷ୍ପେନ୍ଦ୍ର ଏହି କଥା ଜାଣିଥିଲେ। ସେ ତାକୁ ବିରୋଧ କରିଥିଲା। ଏହାପରେ ବାପ ରାଗିଯାଇ ପୁଷ୍ପେନ୍ଦ୍ରଙ୍କୁ ହତ୍ୟା କରିଥିଲେ।