ମୁମ୍ବାଇ: ପୁଣି ଦେଖାଦେଲା ଭାଷା ବିବାଦ, ସେ ପୁଣି ଟ୍ରେନ୍ରେ। ମୁମ୍ବାଇ ଲୋକାଲ ଟ୍ରେନରେ ଅନେକ ଯାତ୍ରୀ ଯାତ୍ରା କରିଥାନ୍ତି। କିନ୍ତୁ ଏହି ଯାତ୍ରା ସମୟରେ ହଠାତ ଦେଖିବାକୁ ମିଳିଥିଲା ଯେ, ସିଟକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ବହୁତ ଜୋରରେ ଯୁକ୍ତିତର୍କ ହୋଇଥିଲା।
ମହିଳାଙ୍କ ମଧ୍ୟରେ ଏହି ଝଗଡ଼ା ତୁରନ୍ତ ମହାରାଷ୍ଟ୍ରରେ ଭାଷା ବିବାଦର ରୂପ ନେଇଥିଲା। ମରାଠୀ ଭାଷାଭାଷୀ ମହିଳାମାନେ ହିନ୍ଦୀ ଭାଷାଭାଷୀ ମହିଳାଙ୍କୁ ମରାଠୀରେ କଥା ହେବାକୁ କହିଲେ ନଚେତ୍ ଏଠାରୁ ଚାଲିଯିବାକୁ କହିଥିଲେ।
ଏହି ଘଟଣାଟି ଏକ ଭିଡ଼ ଥିବା ବଗିରେ ଘଟିଥିଲା। ପାଖରେ ଥିବା ଜଣେ ଯାତ୍ରୀ ଭିଡିଓ ରେକର୍ଡ କରିଥିଲେ। ଫୁଟେଜ୍ରେ, ଜଣେ ମହିଳା ହିନ୍ଦୀରେ କହୁଥିବାରୁ ତାଙ୍କୁ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ମରାଠୀ କହିବା ପାଇଁ ବାଧ୍ୟ କରାଯାଉଥିଲା।
ବିବାଦଟି ପ୍ରଥମେ ବସିବା ସିଟକୁ ନେଇ ହୋଇଥିଲା, କିନ୍ତୁ ତା ପରେ ଏହା ବ୍ୟକ୍ତିଗତ ହୋଇଗଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।