(Viral Video)ଛାଡ଼ିଗଲା ରିଲ୍ସ ନିଶା, ଟ୍ରେନରେ ମା’ ଦେଖାଇଲେ ଉଗ୍ର ରୂପ
ଯୁବପିଢ଼ୀଙ୍କୁ ଘାରିଛି ରିଲ୍ସ ନିଶା। ଜୀବନର ସୁରକ୍ଷାକୁ ଖାତିର ନକରି ଯୁବପିଢ଼ୀ ମାତିଛନ୍ତି ରିଲ୍ସ ପଛରେ।
ନୂଆଦିଲ୍ଲୀ: ରିଲ୍ସ କଲେ ଖାଇଲେ ମାଡ଼। ଛାଡ଼ିଗଲା ରିଲ୍ସ ନିଶା। ଟ୍ରେନରେ ଉତ୍ତମ ମଧ୍ୟମ ଦେଲେ ମା’। ଲୋକଙ୍କ ଆଗରେ ଝିଅର ମୁହଁ ମୁହଁକୁ ଥୋଇଲେ ମା’।
ଯୁବପିଢ଼ୀଙ୍କୁ ଘାରିଛି ରିଲ୍ସ ନିଶା। ଜୀବନର ସୁରକ୍ଷାକୁ ଖାତିର ନକରି ଯୁବପିଢ଼ୀ ମାତିଛନ୍ତି ରିଲ୍ସ ପଛରେ। କିଏ ରାସ୍ତା ଘାଟ ତ କିଏ ମନ୍ଦିର, ଆଉ କିଏ ଚଳନ୍ତା ଗାଡ଼ିରେ ବସି କରୁଛନ୍ତି ରିଲ୍ସ।
କିଛି ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ରିଲ୍ସ ପାଇଁ ଚଳନ୍ତା ଟ୍ରେନରେ ଝିଅକୁ ପିଟିଲେ ମା’।
ଭାଇରାଲ ଭିଡିଓରେ ଏକ ଚଳନ୍ତା ଟ୍ରେନର ଗେଟ୍ ପାଖରେ ଠିଆ ହୋଇ ଯୁବତୀ ଜଣଙ୍କ କରୁଥିଲେ ରିଲ୍ସ। ବଲିଉଡ୍ ଗୀତରେ ହାତକୁ ହିରୋଇନ୍ ପରି ରଖି ଗେଟ୍ ପାଖରେ ଜୀବନକୁ ବିପଦରେ ରଖି କରୁଥିଲେ ରିଲ୍ସ। ଆଉ ଜଣେ ବ୍ୟକ୍ତି ତାଙ୍କ ଭିଡିଓ ମଧ୍ୟ କରୁଥିଲେ।
ଠିକ୍ ସମୟରେ ପଛରୁ ମା’ ଆସି ସେଠାରେ ପହଞ୍ଚି ଗଲେ। ଝିଅର ଏଭଳି କାର୍ଯ ଦେଖି ରାଗି ଯାଇଥିଲେ ମା’। ଏହା ପରେ ମା’ ରାଗିଯାଇ ଟ୍ରେନରେ ଝିଅକୁ ଉତ୍ତମ ମଧ୍ୟ ଥୋଇଛନ୍ତି ।
लड़की ट्रेन के दरवाजे पर खड़े होकर बना रही थी रील, जब उसकी मां ने देखा तो बजा दिया बैंड 😄 pic.twitter.com/zzlaqbU3p4
— Rupali Gautam (@Rupali_Gautam19) July 9, 2025
ଗାଲକୁ ଚାପୁଡା ସହ ଚୁଟି ଟାଣି ମା’ ଝିଅକୁ ଶାସନ କରିଥିଲେ। ଝିଅ ଜଣଙ୍କ କିଛି ବୁଝିବା ଆଗରୁ ତା ଉପରେ ହେଉଥିଲା ମାଡ଼ ବର୍ଷା। ଝିଅ ମା’କୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲା। ହେଲେ ମା’ ଝିଅର କିଛି କଥା ନଶୁଣି ଟ୍ରେନରେ ସମସ୍ତଙ୍କ ଆଗରେ ଝିଅକୁ ଶାସନ କରିଥିଲେ ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟୁଜର୍ସ ମଧ୍ୟ କହିଛନ୍ତି ଏଭଳି ପିଲାଙ୍କୁ ଶାସ୍ତି ମିଳିବା ଦରକାର । ଆଉ କିଛି ଲୋକ କହିଛନ୍ତି ଲୋକଙ୍କ ଆଗରେ ଝିଅକୁ ବାଡେଇବା ଠିକ୍ ନଥିଲା ।