ପୋଲସରାରେ ଯୁବକଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣିଦେଲେ!

ପୋଲସରା: ପୋଲସରାରେ ଯୁବକଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୁତ୍ତ। ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା ମେଡିକାଲ ଛକରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗଞ୍ଜାମ ଜିଲ୍ଲାର ପୋଲସରାରେ ଯୁବକଙ୍କ ଉପରକୁ ହୋଇଛି ମରଣାତ୍ମକ ଆକ୍ରମଣ। ତାଙ୍କ ମୁହଁକୁ ଲଙ୍କାଗୁଣ୍ଡ ପକେଇ ଦୁର୍ବୁତ୍ତ କରିଥିଲେ ଆକ୍ରମଣ। ଆକ୍ରମଣ ଫଳରେ ସେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।