ପ୍ରତିଦିନ ଖାଲି ପେଟରେ ବାସ ଗୋଟିଏ ଗ୍ଲାସ ପିଅନ୍ତୁ, ମିଳିବ ଅନେକ ଫାଇଦା! ଦୂର ହେବ କିଡନୀ ରୋଗ
ପ୍ରତିଦିନ ପିଅନ୍ତୁ ଏହି ହେଲଦି ଡ୍ରିଂକ୍ସ, ମିଳିବ ଅନେକା ଫାଇଦା
ଓଡିଶା ଭାସ୍କର: ପ୍ରତିଦିନ ପିଅନ୍ତୁ ଏହି ହେଲଦି ଡ୍ରିଂକ୍ସ, ମିଳିବ ଅନେକା ଫାଇଦା। ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଖାଦ୍ୟ ଖାଇବା ଏବଂ କମ୍ ପାଣି ପିଇବା ଅଭ୍ୟାସ ଯୋଗୁଁ କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ। ଏପରି ପରିସ୍ଥିତିରେ, ଆମେ ଆମ ଖାଦ୍ୟରେ କିଛି ହେଲଦି ଡ୍ରିଂକ୍ସ ସାମିଲ କରିବା ଆବଶ୍ୟକ ଯାହା କିଡନୀକୁ ସୁସ୍ଥ ରଖିବ।
ତେବେ ଆସନ୍ତୁ ଜାଣିବା ସେହି ହେଲଦି ଡ୍ରିଂକ୍ସ ସବୁ କଣ?
ଲେମ୍ବୁ ପାଣି: ଲେମ୍ବୁ ପାଣିରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା ପରିସ୍ରାରେ ଜମା ହୋଇଥିବା କ୍ୟାଲସିୟମ୍ ଦ୍ରବୀଭୂତ କରିବାରେ ସାହାଯ୍ୟ କରେ। ଏହା କିଡ୍ନୀ ଷ୍ଟୋନ୍ ହେବାର ଆଶଙ୍କାକୁ ମଧ୍ୟ ଦୂର କରେ। ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଲେମ୍ବୁ ମିଶାଇ ପିଇଲେ କିଡ୍ନୀ ପାଇଁ ଲାଭଦାୟକ ହୋଇଥାଏ।
ନଡ଼ିଆ ପାଣି: ନଡ଼ିଆ ପାଣି ଇଲେକ୍ଟ୍ରୋଲାଇଟ୍ସ ଏବଂ ପୋଟାସିୟମ୍ ରେ ଭରପୂର, ଯାହା ରକ୍ତଚାପକୁ ସନ୍ତୁଳିତ କରେ ଏବଂ କିଡନୀ ଉପରେ ଚାପ କମ କରେ। ଏହା ପରିସ୍ରା ମାଧ୍ୟମରେ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ ହାଇଡ୍ରେଟେଡ୍ ରଖେ।
ଗ୍ରୀନ୍ ଟି: ଗ୍ରୀନ୍ ଟିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କିଡ଼ନୀର କୋଷଗୁଡ଼ିକୁ ମୁକ୍ତ ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରେ। ଏହାକୁ ନିୟମିତ ପିଇବା ଦ୍ଵାରା କିଡ଼ନୀ ମଧ୍ୟ ସୁସ୍ଥ ରହିଥାଏ।