(Video) ବେନ ଷ୍ଟୋକ୍ସ ଚତୁର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଦେଲେ ୱାର୍ଣ୍ଣିଂ, କ୍ୟାପ୍ଟେନଙ୍କ ବଡ଼ ବୟାନ

ଚତୁର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ୱାର୍ଣ୍ଣିଂ ଦେଲେ ବେନ ଷ୍ଟୋକ୍ସ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଚତୁର୍ଥ ଟେଷ୍ଟ ଓଲ୍ଡ ଟ୍ରାଫର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ମଙ୍ଗଳବାର press conferenceରେ ବେନ ଷ୍ଟୋକ୍ସ କହିଛନ୍ତି ଯେ, ଭାରତୀୟ ଖେଳାଳିମାନଙ୍କ ଆକ୍ରମଣକୁ ଜବାବ ଦେବା ଲାଗି ତାଙ୍କ ଟିମ୍‌ର ଖେଳାଳି ପଛକୁ ହଟିବେନି।

ସେ ଏହି କଥାର ସଂକେତ ମଧ୍ୟ ଦେଇଛନ୍ତି ଯେ, ଏହି ମ୍ୟାଚ ଭୟଙ୍କର ହୋଇପାରେ। କିନ୍ତୁ ଏପଟେ ଶୁଭମନଙ୍କ ଦଳ କରବ । ମର ପରିସ୍ଥିତିରେ ରହିଛି।

ଷ୍ଟୋକ୍ସ କହିଛନ୍ତି ଯେ, ମୋ ହିସାବରେ ଏହା ସେହି ଜିନିଷରେ ଶାମିଲ ନାହିଁ, ଯାହାର ଆରମ୍ଭ ଆମେ ଗ୍ରାଉଣ୍ଡରେ କରିବୁ। ମୋତେ ଲାଗୁନି ଯେ, ଇଂଲଣ୍ଡ ଏବଂ ଭାରତର ଖେଳାଳି ଏମିତି କରିବାକୁ ଭାବିବେ।

ବରଂ ଟେଷ୍ଟ କ୍ରିକେଟରେ ଏଭଳି ସମୟ ଆସେ, ଯେଉଁଠାରେ ମ୍ୟାଚ୍ ରୋମାଞ୍ଚକର ମୋଡ଼ରେ ଥାଏ, ଏବଂ ମାହୋଲ ଗରମ ଥାଏ। ଏହି ବଡ଼ ସିରିଜରେ ଦୁଇ ଟିମ ଉପରେ ଭଲ କରିବାର ବହୁତ ପ୍ରେସର ରହିଛି।

ସେ ଆଗକୁ ଆହୁରି କହିଛନ୍ତି ଯେ, ଯେମିତି ମୁଁ କହିଥିଲି ଯେ, ଏହା ସେଇ ଜିନିଷ ନୁହେଁ, ଯାହାର ଆରମ୍ଭ ଆମେ କରିବାକୁ ଚେଷ୍ଟା କରିବୁ। ଏଥିରେ ଆମର ଧ୍ୟାନ ହଟିଯିବ ଯାହା ଆମେ ମଇଦାନରେ କରିବାକୁ ଚାହୁଁଛୁ।

ହେଲେ ଆମେ ଏଥିରୁ ପଛକୁ ହଟିବୁନି। ଯେକୌଣସି ବିପକ୍ଷ ଦଳକୁ ଆମ ପ୍ରତି ଆକ୍ରମଣାତ୍ମକ ହେବାକୁ ଆମେ ଦେବୁନାହିଁ। ମୋତେ ଲାଗୁଛି ଅଧିକାଂଶ ଟିମରେ ଏମିତି ହିଁ କରନ୍ତି।

ଆମେ ଏମିତି କରୁଥିବା ଏକମାତ୍ର ଟିମ୍ ନୁହେଁ। ହେଲେ ଏହି ସିରିଜ ଶାନଦାର ରହିଛି। ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ୫ ଦିନ ପର୍ଯ୍ୟନ୍ତ ଚାଲିଛି। କ୍ରିକେଟର ସ୍ତର ଉଚ୍ଚରେ ରହିଛି।

ଷ୍ଟୋକ୍ସ ଆହୁରି କହିଛନ୍ତି, “ସ୍ପଷ୍ଟ ଭାବରେ ଏହି ଜିନିଷଗୁଡ଼ିକ ସେହି ରାତିରୁ ଆରମ୍ଭ ହୋଇଥିଲା ଯେତେବେଳେ ଜ୍ୟାକ ଏବଂ ବେନ ଡକେଟଙ୍କୁ ବ୍ୟାଟିଂ କରିବାକୁ ଆସିବାକୁ ପଡିଥିଲା। ଆମେ ସେହି ଟେଷ୍ଟରେ ଶେଷ ବୋଲିଂ କରିବାର ସୁବିଧା ପାଇଥିଲୁ, ଯାହାକୁ ଆମେ ଜିତିଥିଲୁ। ଆମେ କେବଳ ଆମର ଦକ୍ଷତା ସହିତ ନୁହେଁ ବରଂ ଆମର ଶକ୍ତି ସହିତ ଟିମ୍ ଇଣ୍ଡିଆ ଉପରେ ଆମର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲୁ।”