fbpx

କରୋନା କବଳରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ

ଭୁବନେଶ୍ୱର,୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖା ବଢ଼ିବାରେ ଲାଗିଛି । ସଂକ୍ରମଣରୁ କୋଭିଡ଼ ଯୋଦ୍ଧାମାନେ ମଧ୍ୟ ବାଦ ପଡ଼ୁ ନାହାନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ଜଣ କର୍ମଚାରୀଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏହି ୧୦ କର୍ମଚାରୀଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଏହାସହ ସମସ୍ତ ୧୦ଜଣ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ବିଭାଗରେ ଜଣେ କରୋନା ଆକ୍ରାନ୍ତ ହେବା ପରେ ଅନ୍ୟ ମାନଙ୍କ କରୋନା ଟେଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.