ନାଇରୋବି: ଆଫ୍ରିକାର ଦକ୍ଷିଣ-ପଶ୍ଚିମ କେନିଆରେ ଘଟିଯାଇଛି ବଡ଼ ଧରଣର ଦୁର୍ଘଟଣା ।
ଏକ ବଡ଼ ଗାତରେ ବସ୍ ଖସିପଡ଼ିବା କାରଣରୁ ସେଥିରେ ଥିବା ୨୧ ଜଣଙ୍କ ପ୍ରାଣହାନୀ ଘଟିଛି ।
ମୃତକମାନଙ୍କ ମଧ୍ୟରେ ୧୦ ପୁରୁଷ, ୧୦ ମହିଳା ଥିବାବେଳେ ୮ ମାସର ନବଜାତର ଜୀବନ ଚାଲିଯାଇଥିବା ଜଣାପଡ଼ିଛି ।
ଯାତ୍ରୀମାନେ ଏକ ଅନ୍ତ୍ୟେଷ୍ଠି କାର୍ଯ୍ୟକ୍ରମରେଯୋଗ ଦେଇ ଫେରିଲାବେଳେ ବସଟି ଭାରସାମ୍ୟ ହରାଇ ବସଟି ଗାତରେ ଖସିପଡ଼ିିଥିବା ପୋଲିସ କହିଛି ।
କେନିଆରେ ସଡ଼କ ଦୁର୍ଘଟଣା ସାଧାରଣ ଘଟଣା । କାରଣ ସେଠାକାର ରାସ୍ତାର ସ୍ଥିତି ବହୁତ ଖରାପ । ଯେଉଁ କାରଣରୁ ସଡ଼କ ଦୁର୍ଘଟଣା ପ୍ରତିଦିନ ଘଟୁଛି ।