୨ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ସ୍ୱାମୀ, ଦ୍ୱିତୀୟ ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ

ଉତ୍ତର ପ୍ରଦେଶରେ ଘଟିଛି ଜଘନ୍ୟ କାଣ୍ଡ । ସ୍ତ୍ରୀ କାଟିଦେଲା ସ୍ୱାମୀ ଗୁପ୍ତାଙ୍ଗ ।

ଜଗଦିଶପୁର: ଘରୋଇ କଳି ପାଇଁ ସ୍ୱାମୀର ଗୁପ୍ତାଙ୍ଗ କାଟି ଦେଲା ସ୍ତ୍ରୀ । ଖବର ପଢ଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ ।

ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଜଗଦିଶପୁର ଅଞ୍ଚଳ ଫସନଗଞ୍ଜ କଚନ ଗ୍ରାମରେ । ସେଠାରେ ରହୁଥିବା ଅନସାରି ଅହମଦଙ୍କ ଦ୍ୱିତୀୟ ସ୍ତ୍ରୀ କରିଛି ଏଭଳି ଜଘନ୍ୟ କାଣ୍ଡ ।

ଅହମଦଙ୍କର ୨ଜଣ ସ୍ତ୍ରୀ । ସାବେଜୁଲ ଓ ନଜନିନ ବନୋ । ସେମାନଙ୍କର କୌଣସି ପିଲାପିଲି ନାହାନ୍ତି ।

ଘର କଥାକୁ ନେଇ ୩ ଜଣଙ୍କ ମଧ୍ୟରେ ସବୁବେଳେ କଳିଗୋଳ ଲାଗି ରହୁଥିଲା । ହେଲେ ଶନିବାର ରାତିରେ ସେମାନଙ୍କ ଭିତରେ ବଡ଼ ଧରଣର ଝଗଡ଼ା ହେଲା ।

ଯାହାକୁ ନେଇ ନଜନିନ ଅନସାରିଙ୍କ ଜୈନାଙ୍ଗ କାଟି ଦେଇଥିବା ଜଣାପଡ଼ିଛି । ଗୁରୁତର ଆହତ ଅବସ୍ଥାରେ ଏବେ ଅନସାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଅନସାରିଙ୍କ ଦ୍ୱିତୀୟ ସ୍ତ୍ରୀ ନଜନିନଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।