ଜାଣିଛନ୍ତି କେଉଁ କୁକୁଡା ସବୁଜ ଓ ନୀଳ ରଙ୍ଗର ଅଣ୍ଡା ଦେଇଥାଏ ? ଭାବି ନଥିବେ କି ଦେଖି ବି ନ ଥିବେ ଏଭଳି କୁକୁଡା…
ଭାବି ନଥିବେ କି ଦେଖି ବି ନ ଥିବେ ଏଭଳି କୁକୁଡା...
ଓଡିଶା ଭାସ୍କର: ସାଧାରଣତଃ ଆପଣ ଶୁଣିଥିବେ କୁକୁଡା ଧଳା ରଙ୍ଗର ଅଣ୍ଡା ଦେଇଥାଏ । ପ୍ରାୟତଃ ଅଧିକାଂଶ ଫାର୍ମରେ କୁକୁଡା ଅଣ୍ଡା ଧଳା ହୋଇଥିବାବେଳେ ଦେଶୀ କୁକୁଡାର ଅଣ୍ଡା ଟିକେ ବ୍ରାଉନ ରଙ୍ଗର ହୋଇଥାଏ । ମାତ୍ର ବିଚିତ୍ରମୟ ଦୁନିଆରେ ଏ କୁକୁଡା ବେଶ୍ ବିଚିତ୍ର ।
କାରଣ ଏହି କୁକୁଡା ସବୁଜ ରଙ୍ଗର ଅଣ୍ଡା ଦେଇଥାଏ । ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥିବେ, ମାତ୍ର କଥାଟି ଶତ ପ୍ରତିଶତ ସତ । ଏହିକ୍ରମରେ ଏମିତି ଏକ ପ୍ରଜାତିର କୁକୁଡା ଅଛନ୍ତି ଯେଉଁମାନଙ୍କ ଅଣ୍ଡାର ରଙ୍ଗ ସବୁଜ (ଗ୍ରୀନ୍ ) ଓ ନୀଳ ( ବ୍ଲୁ ) ରଙ୍ଗର ।
ପ୍ରକାଶଥାଉ ଯେ, ଏହି ସବୁଜ ଓ ନୀଳ ରଙ୍ଗର ଅଣ୍ଡା ଦେଉଥିବା କୁକୁଡାଙ୍କ ପ୍ରଜାତିର ନାଁ ‘ଅରୋକାନା’ । ଏଭଳି କୁକୁଡା ସାଧାରଣ ଭାବରେ ଚିଲି ଓ ଆମେରିକାରେ ଅଧିକ ଦେଖିବାକୁ ମିଳନ୍ତି । ଏହି କୁକୁଡାମାନେ ସାଧାରଣ କୁକୁଡାଙ୍କ ଭଳି ଦେଖା ଯାଆନ୍ତି । ମାତ୍ର ଏମାନଙ୍କ କାନ ନିକଟରେ ପର ଦେଖିବାକୁ ମିଳିଥାଏ । ଏମାନଙ୍କ ପୁଚ୍ଛ ମଧ୍ୟ ନଥାଏ ।
ଏହି କୁକୁଡା ଅରୋକାନାଠାରେ ଦେଖାଯାଉଥିବାରୁ ଏମାନଙ୍କ ନାମ ‘ଅରୋକାନା’ । ସେମାନଙ୍କ ଶରୀରରେ ‘ଓସିଆନା’ ନାମକ ତତ୍ତ୍ୱ ଥିବାରୁ ତାଙ୍କ ଅଣ୍ଡା ସାଧାରଣତଃ ସବୁଜ ବା ନୀଳ ରଙ୍ଗର । ଏହି କୁକୁଡାଙ୍କ ପରର ରଙ୍ଗ ଧଳା ।
ଏମାନେ ସପ୍ତାହରେ ମାତ୍ର 3 ଟି ଅଣ୍ଡା ଦେଉଥିବାବେଳେ ବର୍ଷକୁ ଅତିକମରେ 150-200 ଟି ଅଣ୍ଡା ଦେଇ ଥାଆନ୍ତି । ଜାଣିରଖନ୍ତୁ, ଏକ ଗବେଷଣାରୁ ପ୍ରକାଶ ଯେ ଅଣ୍ଡା ବେଶୀ ପରିମାଣରେ ଖାଇଲେ କୋଲେଷ୍ଟ୍ରଲ ବଢିବାର ସମ୍ଭାବନା ବେଶ୍ ଅଧିକ ।