କମେଡି କିଙ୍ଗଙ୍କ ଜୀବନ ବିପଦରେ! କାହିଁକି ମୁମ୍ୱାଇ ପୋଲିସ ବଢାଇଲା କପିଲଙ୍କ ସୁରକ୍ଷା ?

କମେଡି କିଙ୍ଗଙ୍କ ଜୀବନ ବିପଦରେ! କାହିଁକି ମୁମ୍ୱାଇ ପୋଲିସ ବଢାଇଲା କପିଲଙ୍କ ସୁରକ୍ଷା ?

ଓଡିଶା ଭାସ୍କର: କମେଡି କିଙ୍ଗଙ୍କୁ ହତ୍ୟା ଧମକ!  ଭାରତର ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ ସୁରକ୍ଷାକୁ ବଢାଇଛି ମୁମ୍ୱାଇ ପୋଲିସ । କାନାଡାରେ ଥିବା କପିଲଙ୍କ କୈପ୍ସ କୈଫେରେ ଦୁଇ ଦୁଇ ଥର ଫାୟରିଂ ହେବା ପରେ ମୁମ୍ୱାଇ ପୋଲିସ ପକ୍ଷରୁ ଏହି ସୁରକ୍ଷା ପଦକ୍ଷେପ ନିଆଯାଇଛି ।  କାରଣ ତାଙ୍କର ଜୀବନ ଏବେ ବିପଦରେ ଥିବା ପୋଲିସ ସୂତ୍ରରୁ ପ୍ରକାଶ ।

 

ମାତ୍ର ମୁମ୍ୱାଇ ପୋଲିସ ତାଙ୍କୁ କେଉଁ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବ ତାହା ସାର୍ବଜନୀନ କରାଯାଇ ନାହିଁ ।  ତାହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥାଇପାରେ ବୋଲି ମଧ୍ୟ କୁହାଯାଉଛି ।