ପଲିଥିନ ଜରିରେ ଲୁଚିଥିଲା ଡାକ୍ତର ବାବୁଙ୍କ ଷଡଯନ୍ତ୍ର, ଶାଶୁକୁ ୧୯ ଖଣ୍ଡ କରିଥିଲା ଜ୍ୱାଇଁ, କଟା ମୁଣ୍ଡରୁ ଥରାପଡ଼ିଲା ହତ୍ୟାକାଣ୍ଡର ରହସ୍ୟ

ଜ୍ୱାଇଁ ଡକ୍ଟର ରାମଚନ୍ଦ୍ରପ୍ପା ଏସ୍‌ଙ୍କ ସହ ତାଙ୍କର ୨ ସାଥୀଙ୍କୁ ମଧ୍ୟ ବାନ୍ଧିଛି ପୋଲିସ।

କର୍ଣ୍ଣାଟକ: କର୍ଣ୍ଣାଟକର ତୁମକରୁ ଜିଲ୍ଲାରେ ଖବର ପୋଲିସକୁ ଆଶ୍ଚର୍ଯ୍ୟ କରିଛି। ରାସ୍ତାରୁ ପୋଲିସ ୭ଟି କଳା ପଲିଥିନ୍ ବ୍ୟାଗ୍ ଜବତ କରିଛି। ଏହି ବ୍ୟାଗରେ ଜଣେ ମହିଳାଙ୍କ ମୁଣ୍ଡ ସହ ଶରୀର ୧୯ ଖଣ୍ଡ ମାସଂ ଟୁକଡ଼ା ଥିଲା।

ଏସବୁ ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା।

କୋରାଟାଗେରେ ଚର୍ଚ୍ଚିତ ଲକ୍ଷ୍ମୀଦେବୀ ହତ୍ୟାକାଣ୍ଡ ସତ ସାମ୍ନାକୁ ଆଣିଛି ପୋଲିସ। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛନ୍ତି ମୃତକ ମହିଳାଙ୍କ ଜ୍ୱାଇଁ। ଅଭିଯୁକ୍ତ ପେଶାରେ ଜଣେ ଦାନ୍ତ ଚିକିତ୍ସକ।

ଜ୍ୱାଇଁ ଡକ୍ଟର ରାମଚନ୍ଦ୍ରପ୍ପା ଏସ୍‌ଙ୍କ ସହ ତାଙ୍କର ୨ ସାଥୀଙ୍କୁ ମଧ୍ୟ ବାନ୍ଧିଛି ପୋଲିସ।

ତୁମକରୁ ପୋଲିସ କୋରାଟାଗେରିର କୋଲାଲା ଗାଁରେ ରାସ୍ତା କଡ଼ରେ ପଲିଥିନ ବ୍ୟାଗରେ ଜଣେ ମହିଳାଙ୍କ କଟା ମୁଣ୍ଡ ସହ ଶଢ଼ିଥିବା ଶରୀରର ଖଣ୍ଡ ଖଣ୍ଡ ମାଂସକୁ ଜବତ କରିଥିଲା ପୋଲିସ।

କଟା ମୁଣ୍ଡରୁ ହିଁ ମହିଳାଙ୍କ ପରିଚୟ ପୋଲିସକୁ ମିଳିଥିଲା। ପୋଲିସ କହିବା ଅନୁସାରେ ପ୍ରଥମେ ଲକ୍ଷ୍ମୀ ଦେବୀଙ୍କ ନୃଶଂସ ହତ୍ୟା ପରେ ଶରୀରକୁ ୧୯ ଖଣ୍ଡ କରି କଟା ଯାଇଥିଲା।

ଛାତି ଥରିବା ପରି ଏହି ଘଟଣା ୩ ଅଭିଯୁକ୍ତ ଗିରଫ ପରେ ସେମାନେ ମାନି ଛନ୍ତି ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି।

ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ମୃତଦେହକୁ ଏଭଳି ଛୋଟ ଛୋଟ ଖଣ୍ଡ କରି କାଟିଥିଲେ।

ରାମଚନ୍ଦ୍ର ଲକ୍ଷ୍ମୀ ଦେବୀଙ୍କ ଜ୍ୱାଇଁ ଥିଲେ। ହେଲେ ଲକ୍ଷ୍ମୀ ଦେବୀଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ ରାମଚନ୍ଦ୍ର। ଯାହା ପାଇଁ ସେ ଲୋକଲଜ୍ଜା ସହୁଥିଲେ। ଗୋଟେ ଦିନ ସାଥୀଙ୍କ ସହ ମିଶି ସେ ଲକ୍ଷ୍ମୀ ଦେବୀଙ୍କୁ ହତ୍ୟା କରିଥିଲେ।