Viral Video: ଗରାରେ ଫସିଗଲା କୁନିପୁଅ, ହାତୁଡ଼ିରେ ପିଟିପିଟି ଏମିତି ବାହାର କଲେ ଜେଜେ

ଭାଇରାଲ ଭିଡିଓ: ଦେଖନ୍ତୁ ଗରାରେ ଫସିଥିବା କୁନିପୁଅକୁ କେମିତି ବାହାର କଲେ ଜେଜେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ, ଏକ କୁନି ପିଲାଟି ପିତଳ ଗରାରେ ଫସିଯାଇଛି।

ଘର ଲୋକେ ତାକୁ ବାହାର କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ହେଲେ ପିଲାଟି ଏମିତି ସେଥିରେ ଫସିଯାଇଛି ଯେ, ବାହାରି ପାରୁନି।

ଏହାପରେ ଘର ଲୋକେ ପିତଳ ଗରାକୁ କାଟି ପିଲାଟିକୁ ବାହାର କରିବା ଲାଗି ପ୍ରୟାସ କରୁଛନ୍ତି। ଏହାକୁ କାଟିବା ଲାଗି ଶେଣୀ ଏବଂ ମାର୍ତୁଲର ବ୍ୟବହାର ସାବଧାନର ସହ କରାଯାଉଛି।

 

View this post on Instagram

 

A post shared by Sanu Ansari (@sanu_ansari1222)

ଏହି ସମୟରେ ପିଲାଟି ଭୟର ସହ ଘର ଲୋକଙ୍କୁ ଚାହିଁଛି। ଏହି ପିତ୍ତଳ ଗରାଟିକୁ ଜଣେ ଜେଜେ କାଟୁଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ପିଲାଟି ପାଇଁ ଚିନ୍ତା ପ୍ରକଟ କରିଛନ୍ତି।