ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା, ଖୋଲିଲା ସବୁ ବଡ଼ ଗୁମର…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା, ଖୋଲିଲା ସବୁ ବଡ଼ ଗୁମର...

ଓଡିଶା ଭାସ୍କର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଖୋଲିଛି ବଡ଼ ଗୁମର ।  ଏହି ମାମଲାର ଅଭିଯୁକ୍ତ ଜିତେନ ମହାରଣା ଓ ବିଜୟ ମିଶ୍ର ଗୋଟି ଗୋଟି କରି ସବୁ ସତ ମାନିଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ ସୂଚନା ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।  ଅଭିଯୁକ୍ତ ବିଜୟ ମିଶ୍ରଙ୍କ ଭାଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାରେ ପଚରାଉଚୁରା ଜାରି ରଖିଛି ।

କେମିତି ପ୍ରଶ୍ନପତ୍ର ଲିକ୍ ଘଟଣା ପ୍ରଘଟ ହେବ ନାହିଁ, ସେନେଇ ଅଭିଯୁକ୍ତମାନେ ରଚିଥିବା ମାୟାଜାଲର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ।

ପଢନ୍ତୁ ଅଧିକ ଖବର…

ପ୍ରାଇଭେଟ ଭିଡିଓ ବନାଇଲେ, ଭାଇରାଲ ବି କଲେ,ମନ ମାନିଲାନି ଶେଷରେ….

କିପରି ଲିକ୍ ମାମଲା ଜଣା ପଡିବ ନାହିଁ, ସେଥିପାଇଁ ଅଭିଯୁକ୍ତମାନେ ହାତରେ ପ୍ରଶ୍ନ ଲେଖିଥିବା ମଧ୍ୟ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ବିଜୟ ମିଶ୍ରଙ୍କ ଡ୍ରାଇଭରଙ୍କୁ ମଧ୍ୟ ଏହି ମାମାଲାରେ  ଘନ ଘନ ପ୍ରଶ୍ନ ପଚାରୁଛି କ୍ରାଇମବ୍ରାଞ୍ଚ ।

ପ୍ରଶ୍ନପତ୍ରକୁ ପ୍ରଥମେ ଡ୍ରାଇଭରଙ୍କ ସହାୟତାରେ କଟକରୁ ନୟାଗଡ ନିଆଯାଇଥିଲା । ସେଠାରେ ବିଜୟ ମିଶ୍ରଙ୍କ ଭାଇଙ୍କୁ ଏହା ଦିଆଯାଇଥିଲା । ସତ ଲୁଚାଇବା ପାଇଁ ପେନଡ୍ରାଇଭ ଓ ହର୍ଡକପିକୁ ବନ୍ଦ ଏଲଭଲପ ମଧ୍ୟରେ ରଖାଯାଇଥିଲା ବୋଲି କହିଛି କ୍ରାଇମବ୍ରାଞ୍ଚ ।