ଭୁବନେଶ୍ୱର: ସୁଭଦ୍ରା ପୋର୍ଟଲରେ ମୃତ ହିତାଧିକାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଲେ ପ୍ରଭାତୀ ପରିଡ଼ା ।
ସମସ୍ତ ଜୀବିତ ଅଧିକାରୀ ପାଇବେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା । କେୱାଇସି ଡେଟା ଏଣ୍ଟ୍ରିରେ ସମସ୍ୟେ ପାଇଁ ଏହି ତ୍ରୁଟି ଉପୁଜିଥିବା ଦେଖିବାକୁ ମିଳିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁଲ ମୃତ ଦର୍ଶାଯାଇଥିବାରୁ ଦ୍ୱିତୀୟ କିସ୍ତି ଟଙ୍କାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି । ଅଗଷ୍ଟ ୧୫ ପରେ ଗାଁ ଗାଁ ବୁଲି ସର୍ଭେ କରାଯିବ ।
ଗତ ୯ ତାରିଖରେ ରାଜ୍ୟ ସରକାର ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ବାଣ୍ଟିଛନ୍ତି । ସରକାରଙ୍କ ସୂଚନା ଅନୁସାରେ ପାଖାପଖି ୧ କୋଟି ମହିଳାଙ୍କୁ ଏ ଟଙ୍କା ମିଳିଛି ।