ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ ପୁରା ଭାରତରେ ଉତ୍ସାହର ମାହୋଲ ଥିଲା। ଦେଶର କୋଣ ଅନୁକୋଣରେ ଅଗଷ୍ଟ ୧୫କୁ ବେଶ୍ ଧୁମ ଧାମରେ ପାଳନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲରେ ମଧ୍ୟ ସ୍ୱାଧୀନତା ଦିବସକୁ ବହୁ ଆଡମ୍ୱରରେ ପାଳନ କରାଯାଇଛି।
ଭୁବନେଶ୍ଵର ନୀଳାଦ୍ରି ବିହାରସ୍ତିତ ରାଜ୍ୟର ପ୍ରମଖ multi-speciality ଉତ୍କଳ ହସ୍ପିଟାଲରେ ଆମ ମହାନ ଦେଶ ଭାରତବର୍ଷର ୭୯ତମ ସ୍ୱାଧୀନତା ଦିବସକୁ ସମସ୍ତ ଷ୍ଟାଫ୍ ମିଶି ପାଳନ କରିଛନ୍ତି। ଯେଉଁ କାର୍ଯ୍ୟକ୍ରମରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ (Indian Navy)ଜେ. ପି. ପଟ୍ଟନାୟକ (ଅବସରପ୍ରାପ୍ତ) ଓ ମ୍ୟାନେଜିଂ ଡିରେକ୍ଟର ଡା. ପ୍ରଜ୍ଞାନ ରଞ୍ଜନ ଘଡେଇ Dean Academic,Prof.(Dr.)Prafulla Ku.Das, ବରିଷ୍ଠ ଡ଼ ଅମିତାଭ ରଥ, ବରିଷ୍ଠ ଡ଼ ରଞ୍ଜନ ମହାନ୍ତି, ଡ ରଶ୍ମି ରଞ୍ଜନ ଗୁରୁ, ଏମ୍.ଏସ., ଉତ୍କଳ ହସ୍ପିଟାଲର H. R. Head.,Sri Sandeep Nayak ଏବଂ ଜି.ଏମ୍. ହସ୍ପିଟାଲ୍ଲିଟୀ, ଶ୍ରୀ ତନ୍ମୟ ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ ଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ହସ୍ପିଟାଲର କର୍ମଚାରୀ ଓ ସାଧାରଣ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ହସ୍ପିଟାଲର ନର୍ସମାନେ ଏକତ୍ରିତ ସମସ୍ତଙ୍କ ସହିତ ଜାତୀୟ ସଙ୍ଗୀତ ଗାଇଥିଲେ, ଏଥିଯୋଗୁଁ ପରିବେଶ ଦେଶଭକ୍ତିର ଭାବନାରେ ଭରିଯାଇଥିଲା ।
ଏହି ଅବସରରେ କ୍ୟାପଟେନ ପଟ୍ଟନାୟକ ଓ ଡା. ଘଡେଇ, ଭାରତର ସ୍ୱାଧୀନତା ସଂଗ୍ରାମକୁ ସ୍ମରଣ କରିଥିଲେ ଏବଂ ଦେଶର ଭବିଷ୍ୟତ୍କୁ ଗଢ଼ିଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅପୂର୍ବ ବଳୀଦାନ ଓ ସମର୍ପଣକୁ ସମ୍ମାନ ଜଣାଇଥିଲେ। ଉପସ୍ଥିତ ଥିବା ସଜ୍ଜନ ମାନେ ନିଜ ନିଜର ସମ୍ଭାସଣରେ ଜାତୀୟତା ବୋଧକୁ ପ୍ରାଧାନ୍ୟ ଦେଇଥିଲେ।
ଉତ୍ସବକୁ ଅଧିକ ସୁସଜ୍ଜିତ କରିଥିଲେ ଡା. ଅଦିତ୍ୟ କୁମାର ସାମଲ, ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଓ ଡା. କଳ୍ୟାଣ ରଥ, ଅନ୍ୟତମ ଫାଉଣ୍ଡର ଡିରେକ୍ଟର, ଆମେରିକାରୁ ନିଜର ଶୁଭେଚ୍ଛା ପ୍ରେରଣ କରିଥିଲେ ଏବଂ ଜାତୀୟ ଏକତାର ଆତ୍ମାରେ ସମାଜସେବାରେ ହସ୍ପିଟାଲର ସମର୍ପଣ ପ୍ରତି ଗର୍ବ ବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ସମସ୍ତେ ସ୍ୱାଧୀନତା, ସେବା ଓ କରୁଣାର ମୂଲ୍ୟବୋଧକୁ ଅତୁଟ ରଖିବା ପାଇଁ ନୂଆ ସଂକଳ୍ପ ନେଇଥିଲେ। ପରିଶେଷରେ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା।