ଭୁବନେଶ୍ୱର: ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ନିଯୁକ୍ତି ବେଳେ ତୃତୀୟ ଲିଙ୍ଗୀଙ୍କ ପାଇଁ ପରୀକ୍ଷା ନିୟମ ବଦଳିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ନିଯୁକ୍ତି କ୍ଷେତ୍ରରେ ତୃତୀୟ ଲିଙ୍ଗୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ତୃତୀୟ ଲିଙ୍ଗୀ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ଲାଗି ରାଜ୍ୟ ସରକାରଙ୍କ ଘୋଷଣା ।
ଆବେଦନ ଫର୍ମରେ ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ଏ ନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଚିଠି ଲେଖିଥିବା ସୂଚନା ପ୍ରକାଶ ପାଇଛି ।
ଏ ନେଇ ସବୁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।