ମା’ର ଶାରୀରିକ ଶୋଷଣ! ମା’ କରିଥିଲା ପ୍ରେମ… Rape କରି ଦଣ୍ଡ ଦେଲା ପୁଅ, ବଜ୍ଜାତକୁ ବାନ୍ଧିଲା ପୋଲିସ

ପୁଅ ନେଲା ମା’ର ଇଜ୍ଜତ । ନ୍ୟାୟ ପାଇଁ ଥାନାରେ ଗୁହାରି କଲା ମା’ ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୯ ବର୍ଷୀୟ ପୁଅ ନିଜ ମା’କୁ ଦଣ୍ଡ ଦେବା ନାଁରେ କରିଛି ରେପ୍ ।

ଏ ନେଇ ବୃଦ୍ଧା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ସାନ ଝିଅକୁ ସାଥିରେ ନେଇ ପୀଡ଼ିତା ମା’ ହଜ୍ କାଜି ପୋଲିସ ଷ୍ଟେଶନରେ ଏ ନେଇ ଅଭିଯୋଗ କରିଛନ୍ତି ।

ପୀଡ଼ିତା ତାଙ୍କ ସ୍ୱାମୀ, ସାନ ଝିଅ ଓ ଅଭିଯୁକ୍ତ ପୁଅ ସହ ଏକ ଘରେ ରହୁଥିଲେ । ଜୁଲାଇ ୧୭ ତାରିଖରେ ପୀଡ଼ିତା ପରିବାର ସହ ସାଉଦୀ ଆରବ ଯାଇଥିଲେ । ଅଭିଯୁକ୍ତ ପୁଅ ବାପାଙ୍କୁ ଫୋନ କରି ତୁରନ୍ତ ଆସିବା ପାଇଁ କହିଥିଲେ ।

ଏହାପେର ଅଗଷ୍ଟ ୧ରେ ପରିବାର ଦିଲ୍ଲୀ ଫେରି ଆସିଥିଲେ । ଘରେ ଆସି ପହଞ୍ଚିବା ପରେ ଅଭିଯୁକ୍ତ ମା’ଙ୍କୁ ଗାଳି କରିଥିଲେ । ଏବଂ ମା’ଙ୍କୁ ଡିଭୋର୍ସ ଦେବା ଲାଗି ତାଙ୍କ ବାପାଙ୍କୁ କହିଥିଲେ । ପିଲାବେଳେ ମା’ ଅନ୍ୟ ପୁରୁଷ ସହ ସମ୍ପର୍କରେ ଥିବା କହି ମା’ଙ୍କୁ ଗାଳି କରିଥିଲେ ।

ଏହାପରେ ଅଭିଯୁକ୍ତ ତା’ ମା’ଙ୍କୁ ଏକ କୋଠରିକୁ ନେଇ ବୁର୍ଖା ଖୋଲିବାକୁ ହିଥିଲେ । ମାଡ଼ ମାରିବା ପରେ ମା’ଙ୍କୁ ବଳାକ୍ରାର କରିଥିଲେ । ଏହାପରେ ପୀଡ଼ିତା ପାଖରେ ରହୁଥିବା ଝିଅ ଘରକୁ ଚାଲିଗଲେ ।
ଗତ ୧୧ ତାରିଖରେ ପୀଡ଼ିତା ଘରକୁ ପେରିବା ପରେ ପୁଣି ପୁଅ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲା । ମାଡ଼ ସାଙ୍ଗକୁ ଗାଳିଗୁଲଜ କରିବାକୁ ଲାଗିଲା ।

ପୁଣିଥରେ ୧୪ ତାରିଖରେ ଘର ଲୋକଙ୍କୁ ମା’ ସହ ଗୁରୁତ୍ୱପୂର୍ଣ୍ଣ କଥା ଅଛି କହି ଅଭିଯୁକ୍ତ ଆଉଥରେ ମା’ଙ୍କୁ ରେପ୍ କରିଥିଲା । ଯାହାପରେ ପୀଡ଼ିତା ଆଉ ଏହାକୁ ସହିପାରି ନ ଥିଲେ । ଶେଷରେ ଝିଅ ସହ ଥାନାକୁ ଯାଇ କୁଳାଙ୍ଗାର ପୁଅ ନାଁରେ ଅଭିଯୋଗ କଲେ ।

ଅଭିଯୋଗ, ପ୍ରମାଣ ପାଇବା ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।