‘1 ନଭେମ୍ୱରରେ ଭାରତ ସ୍ୱାଧୀନତା ପାଇଲା, ଆମକୁ ପଞ୍ଜାବୀମାନେ ଶାସନ କରୁଥିଲେ’- ହୋଶ୍ ଉଡାଇ ଦେଉଛି ଏ ଝିଅର ଅଦ୍ଭୁତ ଉତ୍ତର…
ସେ କିଛି ସମୟ ପାଇଁ ଚିନ୍ତା କଲା ଏବଂ ଉତ୍ତର ଦେଲା - ୧ ନଭେମ୍ବର, ୧୯୬୬
ଓଡ଼ିଶା ଭାସ୍କର: ସାରା ଦେଶ ୧୫ ଅଗଷ୍ଟରେ ୨୦୨୫ରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଝିଅକୁ ଭାରତର ସ୍ୱାଧୀନତା ସହିତ ଜଡିତ କିଛି ସରଳ ପ୍ରଶ୍ନ ପଚରାଯାଉଥିବାର ଦେଖିବାକୁ ମିଳୁଛି। ଏପରି ପ୍ରଶ୍ନ ଯାହାର ଉତ୍ତର ଷଷ୍ଠ ଶ୍ରେଣୀର ପିଲାମାନେ ମଧ୍ୟ ଦେଇପାରିବେ ସହଜରେ। ମାତ୍ର ଏ ଝିଅ ଜଣକର ଉତ୍ତର ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବାକୁ ବାଧ୍ୟ ହେବେ । ତାହାସହ ହସି ହସି ବେଦମ୍ ହୋଇଯିବେ ଆପଣ ।
କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ଆମେ ପିଲାଦିନରୁ ଜାଣୁ। ଉଦାହରଣ ସ୍ୱରୂପ, ଯେତେବେଳେ ଜଣକୁ ପଚରାଯାଏ ଯେ ଭାରତ କେବେ ସ୍ୱାଧୀନତା ପାଇଲା? ତେବେ ସେ କହିବ କି କାହିଁକି ମଜା କରୁଛ ବନ୍ଧୁ… ପ୍ରତ୍ୟେକ ପିଲା ଏହାର ଉତ୍ତର ଜାଣନ୍ତି। କିନ୍ତୁ, ବିଶ୍ୱାସ କରନ୍ତୁ ଏହା ସେପରି ନୁହେଁ। କିଛି ଭିନ୍ନ। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ପାଗଳ ହୋଇଯିବ ।
View this post on Instagram
ପଢ଼ନ୍ତୁ ଅଧିକ ଖବର….‘ମୁଁ ହିଁ ଜାଣିଶୁଣି ବନ୍ଦ କଲି ଭାରତ ପାକିସ୍ତାନ ଯୁଦ୍ଧ’- ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ବୟାନ, ପରମାଣୁ ଯୁଦ୍ଧକୁ ରୋକିଥିଲି…
ଝିଅଟିର ଉତ୍ତର ଶୁଣି ସବୁ କାବା: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖି ପ୍ରଶଂସକମାନେ କମେଣ୍ଟ ବାକ୍ସରେ ବିଭିନ୍ନ କଥା ଲେଖୁଛନ୍ତି। ଅଧିକାଂଶ ଲୋକ କହିଥିଲେ ଯେ ହେ! ଦିଦି… ଟିକିଏ ପଢ଼ିଥିଲେ ଭଲ ହୋଇଥାନ୍ତା। ଏହି ଝିଅଟିକୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ଆମ ଦେଶର ନାମ କ’ଣ? ଉତ୍ତରଟି ଠିକ୍ ଥିଲା – ଭାରତ, କିନ୍ତୁ ଏହା ପରେ ଗୋଟିଏ ପରେ ଗୋଟିଏ ଭୁଲ ଉତ୍ତର ଲୋକଙ୍କ ହୋଶ୍ ଉଡ଼ାଇ ଦେଇଥିଲା।
ଭିଡିଓଟି କାହିଁକି ଭାଇରାଲ ହେଲା- ଯେତେତେବେଳେ ଝିଅଟିକୁ ପଚରାଗଲା ଯେ ଭାରତ କେବେ ସ୍ୱାଧୀନ ହେଲା? ସେ କିଛି ସମୟ ପାଇଁ ଚିନ୍ତା କଲା ଏବଂ ଉତ୍ତର ଦେଲା – ୧୯ ନଭେମ୍ବର, ୧୯୬୬। ତା’ପରେ ତାକୁ ପଚରାଗଲା ଯେ ସ୍ୱାଧୀନତା ପୂର୍ବରୁ ଆମ ଦେଶକୁ କିଏ ଶାସନ କରୁଥିଲା? ଝିଅଟି ଉତ୍ତର ଦେଲା – ପଞ୍ଜାବ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ଏହି ଝିଅଟିକୁ ପଚରାଗଲା ଯେ ସେ ବଡ଼ ହୋଇ କ’ଣ ହେବାକୁ ଚାହାଁନ୍ତି, ସେ ଉତ୍ତର ଦେଲା – ପୋଲିସ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଝିଅଟିର ‘ଆଶ୍ଚର୍ଯ୍ୟଜନକ ସାଧାରଣ ଜ୍ଞାନ’ ଦେଖି ପ୍ରଶଂସକମାନେ ମୁଣ୍ଡ ଧରିବାକୁ ବାଧ୍ୟ ହେଉଛନ୍ତି।