ଆଉ କିଛି ସମୟ ପରେ ବିଜେପିର ବଡ଼ ଘୋଷଣା! ଉପ-ରାଷ୍ଟ୍ରପତି ହେବେ ଏହି ବ୍ୟକ୍ତି, ସମସ୍ତେ ସ୍ତବ୍ଧ….
ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ବରିଷ୍ଠ ନେତା ଏବଂ ରାଜ୍ୟପାଳଙ୍କ ନାମ ଚର୍ଚ୍ଚାରେ ରହିଛି।
ଓଡ଼ିଶା ଭାସ୍କର: ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଅଚାନକ ଇସ୍ତଫା ପରେ ଆବଶ୍ୟକ ହୋଇଛି। ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ରହିଥାନ୍ତା। ରିପୋର୍ଟରୁ ଜଣାପଡିଛି ଯେ, ଧନଖଡ଼ଙ୍କ ଇସ୍ତଫା ପଛରେ କେନ୍ଦ୍ର ସରକାର ସହ କିଛି ଫାଟ କିମ୍ବା ଅବିଶ୍ୱାସ ମଧ୍ୟ ଥାଇପାରେ। ବିଶେଷତଃ ନ୍ୟାୟାଧୀଶ ଯଶୱନ୍ତ ବର୍ମାଙ୍କ ଅଭିସଂଶନ ପ୍ରସ୍ତାବ ଉପରେ ସରକାରଙ୍କ ସହ ମତାନ୍ତର ଏହାର ଏକ ପ୍ରମୁଖ କାରଣ ଥାଇପାରେ।
ଭାରତୀୟ ଜନତା ପାର୍ଟି ଏବଂ ଏହାର ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ର୍ନିବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସଭାପତି ଜେ.ପି. ନଡ୍ଡାଙ୍କୁ ପ୍ରାର୍ଥୀ ଚୟନର ଦାୟିତ୍ୱ ଦିଆଯାଇଛି। ସୂତ୍ର ଅନୁସାରେ, ଭାଜପା ଏକ ଅଣ-ବିବାଦୀୟ ଏବଂ ଦଳୀୟ ଆଦର୍ଶ ଏବଂ ରାଷ୍ଟ୍ରୀୟ ସୱୟଂସେବକ ସଂଘ (ଆରଏସଏସ) ସହ ଗାଢ଼ ସମ୍ପର୍କ ଥିବା ଜଣେ ନେତାଙ୍କୁ ଚୟନ କରିବାକୁ ଚାହୁଁଛି।
ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ବରିଷ୍ଠ ନେତା ଏବଂ ରାଜ୍ୟପାଳଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ:
ଭି.କେ. ସାକ୍ସେନା: ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର। ସେ ରାଜନୈତିକ କ୍ଷେତ୍ରରେ ନିଜର ଦୃଢ଼ ଉପସ୍ଥିତି ଏବଂ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କ ସହ ମତଭେଦ ମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି।
ଆରିଫ ମହମ୍ମଦ ଖାନ: ବିହାରର ରାଜ୍ୟପାଳ। ତାଙ୍କର ରାଜନୈତିକ ଅଭିଜ୍ଞତା ଏବଂ ଭାଜପା ସହ ସମ୍ପର୍କ ତାଙ୍କୁ ଏକ ଶକ୍ତିଶାଳୀ ପ୍ରାର୍ଥୀ କରିଛି।ଥାୱାରଚାନ୍ଦ ଗେହଲୋଟ: କର୍ନାଟକର ରାଜ୍ୟପାଳ ଏବଂ ଭାଜପାର ଜଣେ ବରିଷ୍ଠ ନେତା। ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟର ଏହି ପଦ ପାଇଁ ତାଙ୍କୁ ଯୋଗ୍ୟ କରୁଛି।
ମନୋଜ ସିହ୍ନା: ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର। ଧାରା ୩୭୦ ରଦ ପରେ ସେ ଅଞ୍ଚଳରେ ସ୍ଥିରତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଆଚାର୍ଯ୍ୟ ଦେବବ୍ରତ: ଗୁଜରାଟର ରାଜ୍ୟପାଳ। ତାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।