ହସ୍ପିଟାଲ ବେଡରୁ ବଳଙ୍ଗା ନାବାଳିକାର ଭିଡ଼ିଓ ଭାଇରାଲ୍, କିଏ ଓ କାହିଁକି କଲା ଭାଇରାଲ୍
କିଏ ଓ କାହିଁକି ପୀଡ଼ିତାଙ୍କ ସମ୍ୱେଦନଶୀଳ ଭିଡ଼ିଓ ଭାଇରାଲ କଲା।
ପୁରୀ: ପୁରୀ ବଳଙ୍ଗା ନାବାଳିକା ପୋଡ଼ିଯିବା ଘଟଣା। ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ପୀଡିତାଙ୍କର ଏକ ଭିଡ଼ିଓ। ଯେଉଁଥିରେ ହସ୍ପିଟାଲ ବେଡରେ ଶୋଇଛନ୍ତି ପୀଡିତା। ଏବଂ ତାଙ୍କର ବୟାନ ରେକର୍ଡ କରାଯାଉଛି।
ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହୁଛନ୍ତି କି ତାଙ୍କ ସହ ସେଦିନ କ’ଣ ଘଟିଥିଲା। ଆଉ ତାଙ୍କ ଦେହରେ କିପରି ନିଆଁ ଲାଗିଲା। ହେଲେ ଏବେ ସବୁଠାରୁ ବଡ଼ କଥା ଏହା କି ଏପରି ଏକ ସମ୍ୱେଦନଶୀଳ ଘଟଣାର ଭିଡ଼ିଓ ଭାଇରାଲ୍ କଲା କିଏ।
ଯେତେବେଳେ କି ଏବେ ବି ଏହି ଘଟଣାର ତଦନ୍ତ କରୁଛି ପୋଲିସ। ଏବଂ ଏବେସୁଦ୍ଧା ପ୍ରକୃତ ଘଟଣା ସାମ୍ନାକୁ ଆସିନଥିବା ବେଳେ ସୋସିଆଲ ମିଡ଼ିଆରେ ପୀଡିତାଙ୍କ ଭିଡ଼ିଓ ଭାଇରାଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭିଡ଼ିଓ ଭାଇରାଲ ହେବା ପରେ ପ୍ରେସମିଟ୍ କରିଛନ୍ତି ପୁରୀ ଏସପି ପୀନାକ୍ ମିଶ୍ର। ସେ କହିଛନ୍ତି ଭିଡ଼ିଓ କିଏ ଏବଂ କାହିଁକି ଭାଇରାଲ୍ କଲେ ତାର ଅନୁସନ୍ଧାନ ହେଉଛି।
ସାଇବର୍ ଟିମ୍, କ୍ରାଇମବ୍ରାଞ୍ଚ ସହଯୋଗରେ ଭାଇରାଲ ଭିଡ଼ିଓର ତଦନ୍ତ ହେବ। ଏଭଳି ସମ୍ୱେଦନଶୀଳ ଘଟଣାରେ ଭିଡ଼ିଓ ଭାଇରାଲ୍ କରିବା ଉଚିତ୍ ନୁହେଁ।
ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ କୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ପୀନାକ ମିଶ୍ର।