୧ ସେୟାରରେ ୧୦୦ ଟଙ୍କାର Dividend ଦେବ ଏହି କମ୍ପାନୀ, ପାଖେଇ ଆସୁଛି ରେକର୍ଡ ଡେଟ୍
ଏହି କମ୍ପାନୀ ନିଜ ସେୟାର ହୋଲ୍ଡରଙ୍କୁ ୧୦ ଟଙ୍କାର ଫେସ୍ ଭ୍ୟାଲ୍ୟୁର ପ୍ରତ୍ୟେକ ସେୟାରରେ ୧୦୦ ଟଙ୍କାର ଇଣ୍ଟରିମ ଡେଭିଡେଣ୍ଟ ଅର୍ଥାତ ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଦେବ ।
ନୂଆଦିଲ୍ଲୀ: ସେୟାର ବଜାରରେ ଲିଷ୍ଟ କମ୍ପାନୀଗୁଡ଼ିକ ନିଜ ସେୟାରହୋଲ୍ଡରଙ୍କୁ ଆର୍ଥକ ବର୍ଷ ୨୦୨୪-୨୫ ପାଇଁ ଘୋଷଣା କରିଥିବା ଲାଭାଂଶର ପେମେଣ୍ଟ କରୁଛି । ଏହାରି ମଧ୍ୟରେ ଆଉ ଏକ କମ୍ପାନୀ ନିଜ ସେୟାରହୋଲ୍ଡରଙ୍କୁ ଡେଭିଡେଣ୍ଟ ଦେବାକୁ ଯାଉଛି ।
ଜାପାନୀ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ମୋଟରର ସବସିଡିଆରୀ କମ୍ପାନୀ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ ନିଜ ନିବେଶକଙ୍କୁ ପ୍ରତ୍ୟେକ ସେୟାରରେ ୧୦୦ ଟଙ୍କାର ଡେଭିଡେଣ୍ଟ ଦେବାକୁ ଯାଉଛି । ୧୦୦ ଟଙ୍କାର ଏହି ଡେଭିଡେଣ୍ଟ ପାଇଁ ରେକର୍ଡ ଡେଟ୍ ପାଖେଇ ଆସୁଛି ।
ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନିଜ ସେୟାର ଧାରକଙ୍କୁ ୧୦ ଟଙ୍କାର ଫେସ୍ ଭାଲ୍ୟୁର ପ୍ରତ୍ୟେକ ସେୟାରରେ ୧୦୦ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଦେବାର ଘୋଷଣା କରିଥିଲା ।
ଏହାପରେ କମ୍ପାନୀ ବର୍ତ୍ତମାନ ରେକର୍ଡ ଡେଟ୍ର ମଧ୍ୟ ଘୋଷଣା କରିଥିଲା । ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସର ସେୟାର ଗୁରୁବାର, ୨୧ ଅଗଷ୍ଟରେ ଏକ୍ସ ଡେଭିଡେଣ୍ଟ ଟ୍ରେଣ୍ଡ କରିବ ।
ଏହାର ଅର୍ଥ ଗୁରୁବାର ଦିନ କିଣାଯିବାକୁ ଥିବା ସେୟାରଗୁଡ଼ିକ ଉପରେ ଡେଭିଡେଣ୍ଟର ଲାଭ ମିଳିବ ନାହିଁ । ଯଦି କେଉଁ ନିବେଶକଙ୍କୁ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସର ଏହି ଡେଭିଡେଣ୍ଟର ଫାଇଦା ଉଠାଇବାକୁ ପଡେ ତେବେ ସେ ଗୁରୁବାର ପୂର୍ବରୁ ଅର୍ଥାତ ବୁଧବାର ଯାଏଁ ସେୟାର କିଣିବାକୁ ପଡ଼ିବ ।