ଦିନେ ରେଷ୍ଟୁରାଣ୍ଟରେ ଟେବୁଲ ପୋଛୁଥିଲେ ଟେଲି ଅଭିନେତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇସାରିଥିବା ସ୍ମିତି ଇରାନୀ

ସ୍ମିତିଙ୍କ ଅତିତ କଷ୍ଟକର । ବ୍ୟବସାୟୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ସ୍ମିତି ।

ମୁମ୍ବାଇ: ଘରେ ଘରେ ପରିଚିତ ଟେଲି ଅଭିନେତ୍ରୀ ସ୍ମିତି ଇରାନୀ ଦେଶବାସୀଙ୍କୁ ନିଜ ଅଭିନୟର ଯାଦୁରେ ଦିୱାନା କରିଥିଲେ ।

କ୍ୟୁ କି ଶାଶ ଭିି କଭି ବହୁ ଥୀ ସିରିଏଲରେ ସ୍ମିତି ନିଜର ଛାପ ଛାଡ଼ିଛନ୍ତି । ଯାହାକୁ ବର୍ତ୍ତମାନ ସୁଦ୍ଧା ଲୋକ ମନରେ ରଖିଛନ୍ତି । ଏଭିତରେ ପୁଣିଥରେ ଆରମ୍ଭ ହୋଇଯାଇଛି କ୍ୟୁ କି ଶାଶ ଭି କଭି ବହୁ ଥୀ ସିଜନ୍୨ ଆରମ୍ଭ ହୋଇଯାଇଛି ।

ସିଜନ୍୨
ଦୀର୍ଘ ବର୍ଷର ଗ୍ୟାପ ପରେ ପୁଣିଥରେ ସ୍ମିତି ଇରାନୀ ସିରିଏଲରେ ଏଣ୍ଟଇ କରିଛନ୍ତି । ପୁଣଥରେ ତାଙ୍କ ଫ୍ୟାନ୍ସ ସ୍ମିତିଙ୍କୁ ଟିଭି ପରଦାରେ ଦେଖିପାରିଛନ୍ତି । ହେଲେ ଅପଣ କ’ଣ ସ୍ମିତିଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ଜାଣିଛନ୍ତି । ସେ କେମିତି ମଡେଲିଂରୁ ଆକ୍ଟିଂ କ୍ଷେତ୍ରରେ ପ୍ରବେଶ କଲେ । ମୁମ୍ବାଇ ଆସି ସେ କମେିତି ଷ୍ଟ୍ରଗଲ କରୁଥିଲେ ଇତ୍ୟାଦି ।

ସ୍ମିତି ପିଲାବେଳୁ ଖୁବ୍ ପରିଶ୍ରମି ଥିଲେ । ସବୁ ଲୋକ ତାଙ୍କୁ ଜାଣନ୍ତୁ । ସେ ଜଣେ ପରିଚିତ ଚେହେରା ହେବା ଲାଗି ସବୁବେଳେ ଚାହୁଁଥିଲେ । ମଡେଲିଂ ପୂର୍ବରୁ ସେ ଏକ ରେଷ୍ଟୁରାଣ୍ଟରେ ପୋଛା ମାରୁଥିଲେ ।

ଏହାପରେ ସେ ମଡେଲିଂ ଆରମ୍ଭ କରିଦେଲେ । ସିରିଏଲ ଇଣ୍ଡଷ୍ଟ୍ରିରେ ତାଙ୍କ ଚିହ୍ନା ପରିଚୟ ବଢ଼ିଲା । ଶେଷରେ ତାଙ୍କୁ କ୍ୟୁ କି ଶାଶ ଭି କଭି ବହୁ ଥି ସିରିଏଲରେ ମୁଖ୍ୟ ଭୂମିକା କରିବାକୁ ସୁଯୋଗ ମିଳିଲା ।

କ୍ୟାରିଅରକୁ ଫୋକସ୍
ଦୀର୍ଘ ବର୍ଷ ଧରି ସ୍ମିତି ସିରିଏଲ ଜରିଆରେ ଲୋକଙ୍କର ପ୍ରୀୟ ହୋଇପାରିଲେ । ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ସେ ପାର୍ସୀ ବ୍ୟବସାୟୀ ଜୁବିନ ଇରାନୀଙ୍କୁ ବିବାହ କରିଛନ୍ତି ।

ଜୁବିନ ସ୍ମିତିଙ୍କ ବାନ୍ଧବୀ ମୋନାଙ୍କୁ ପ୍ରଥମ ବିବାହ କରିଥିଲେ । ରେଷ୍ଟୁରାଣ୍ଟରେ କାମ କଲାବେଳେ ଜୁବିନଙ୍କ ସହ ମୋନାଙ୍କ ଜରିଆରେ ସ୍ମିତିଙ୍କ ଦେଖା ହୋଇଥିଲା । ଜୁବିନ ଓ ମୋନାଙ୍କ ବାହାଘର ହେବା ପରେ ସ୍ମିତି ନିଜ କ୍ୟାରିଅରକୁ ଫୋକସ୍ କରିଥିଲେ ।

ଦ୍ୱିତୀୟ ବିବାହ

କିନ୍ତୁ ବାହାଘରର କିଛି ବର୍ଷ ପରେ ଜୁବିନ ଓ ତାଙ୍କ ସ୍ଥମ ସ୍ତ୍ରୀ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ଯାହାପରେ ସ୍ମିତି ଓ ଜୁବିନ ନିକଟତର ହେଲେ ଓ ପରବର୍ତ୍ତୀ ସମୟରେ ବିବାହ କରିନେଲେ ।

ପରେ ସ୍ମିତି ରାଜନୀତିରେ ପାଦ ଦେଲେ । ଭାଜପା ପକ୍ଷରୁ ନିର୍ବାଚନ ଲଢ଼ି ଏକାଦିକ ଥର କେନ୍ଦ୍ର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଚଳିତ ନିର୍ବାଚନରେ ସ୍ମିତି ହାରିଥିବାବେଳେ ଏବେ ସେ ପୁଣି ସିରିଏଲରେ ଏଣ୍ଟ୍ରି କରିଛନ୍ତି ।