୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଆସନ୍ତା ମାସରୁ ଓଡ଼ିଶାରେ ଏସଆଇଆର
ଭୁବନେଶ୍ୱର: ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍।
ଏନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ। ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ। କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି।
ବିଜେଡି ଅଭିଯୋଗରେ ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ୍ ସଂଖ୍ୟା ବଢ଼ିବ; ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି CEO କହିଛନ୍ତି।